STORYMIRROR

Kishore Nayak

Children

3  

Kishore Nayak

Children

"ଏଇ ଦେଖ ଆକାଶର ଛାତି "

"ଏଇ ଦେଖ ଆକାଶର ଛାତି "

1 min
16

ଶିଶୁ ଓ କିଶୋରମାନଙ୍କ ପାଇଁ କବିତାଟିଏ 


ଏଇ ଦେଖ ଆକାଶର ଛାତି 

ସକାଳ ହେଲେ ସେଠି ସୂରୁଜ ଉଅଁନ୍ତି 

  ଉଏଁ ପୁଣି ଜହ୍ନ, ତାରା 

    ଆସିଗଲେ ରାତି 

 ଏଇ ଦେଖ ଆକାଶର ଛାତି ll

ନୀଳିମାର ବର୍ଣ୍ଣାଳିରେ କରେ ଝଲମଲ 

ମେଘ ଆଗମନେ ପୁଣି ଭାସଇ ବାଦଲ 

   ବର୍ଷା ନୀରେ ଶାନ୍ତ କରେ 

     ଧରଣୀର ତାତି 

 ଏଇ ଦେଖ ଆକାଶର ଛାତି ll

ତା' ବକ୍ଷକୁ ଭେଦ କରି ପକ୍ଷୀ ଯାଏ ଉଡି 

ଯୋଜନ ଯୋଜନ ପଥ ଡେଣା ତା'ର ଝାଡ଼ି 

   ଘଡଘଡି ବିଜୁଳିରେ 

    ଉଠେ ପୁଣି ମାତି 

 ଏଇ ଦେଖ ଆକାଶର ଛାତି ll

ବିଶାଳ ଅନନ୍ତ ଏଇ ସୀମାହୀନ ଆକାଶ 

ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟେ ତା'ର ପ୍ରକାଶ 

   ଆଖି ଖାଲି ଦେଖେ ତା'ର 

     ମହାଶୂନ୍ୟ ସ୍ଥିତି 

 ଏଇ ଦେଖ ଆକାଶର ଛାତି ll

ଅନନ୍ତ ଆକାଶ ପରି କର ବିଶାଳ ହୃଦୟ 

ରାଗ ରୁଷା ଅଭିମାନ ହେଉ ସବୁ କ୍ଷୟ 

    ନିର୍ଭୀକ ନିଶ୍ଚଳେ ସଦା 

     କର୍ମେ ହୁଅ ବ୍ରତୀ 

  ଏଇ ଦେଖ ଆକାଶର ଛାତି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children