ଆମେ ସ୍ୱାଧୀନ - ଦେଶ ବନ୍ଦନା ଜାତିର ଗରବ ଗଉରବ ଗାଥା
ଆମେ ସ୍ୱାଧୀନ - ଦେଶ ବନ୍ଦନା ଜାତିର ଗରବ ଗଉରବ ଗାଥା


ଜାତିର ଗରବ ଗଉରବ ଗାଥା ଗାଇଯିବୁ ଆମେ ଗାଇଯିବୁ,
ଜନନୀ ମହିମା ଧରଣୀ ବୁକୁରେ ଲେଖିଦେବୁ ଆମେ ଲେଖିଦେବୁ ।(ଘୋଷା)
ସତ୍ୟ ଶାନ୍ତି ପ୍ରୀତି ଧରମର ନୀତି,
ଅହିଂସାର ଶିଳା ଏ' ଜାତିର ଭିତ୍ତି ।
ମାନବ ଜାତିର କାନେ କାନେ ଆମେ-
ଶାନ୍ତିର ବାରତା କହିଦେବୁ ।
ଜାତିର ଗରବ ଗଉରବ ଗାଥା ଗାଇଯିବୁ ଆମେ ଗାଇଯିବୁ । (1)
ବାହୁରେ ଆମର ଅସୀମ ଶକତି,
ବୁକୁତଳେ ଭରା ଜନନୀ ଭକତି ।
ଜନମ ଭୂଇଁର ରଖିବୁ ମହତ-
ସକଳ ଯାତନା ସହିଯିବୁ ।
ଜାତିର ଗରବ ଗଉରବ ଗାଥା ଗାଇଯିବୁ ଆମେ ଗାଇଯିବୁ । (2)
ଧରମ ବଳରେ ହେବୁ ବଳୀୟାନ,
ସତ୍ୟର ପ୍ରତିଷ୍ଠା ହେବ ଆମପଣ ।
ଅନ୍ୟାୟ ଅନୀତି ଅଭାବ କଷଣ-
ଦୂରକୁ ଦୂରେଇ ନେଇଯିବୁ ।
ଜାତିର ଗରବ ଗଉରବ ଗାଥା ଗାଇଯିବୁ ଆମେ ଗାଇଯିବୁ । (3)