ହେ, ଗଣପତି ଗଜାନନ ଠାକୁର
ହେ, ଗଣପତି ଗଜାନନ ଠାକୁର


ହେ, ଗଣପତି ଗଜାନନ ଠାକୁର,
ତୁମ୍ଭ ଶ୍ରୀଚରଣ ତଳେ କୋଟି ଜୁହାର।
ହେ, ଗଣପତି ଗଜାନନ ଠାକୁର । (ଘୋଷା)
ବିଘ୍ନ ବିନାଶକ ବିନାୟକ ଗଣେଶ,
ଗଉରୀ ନନ୍ଦନ ଅଗ୍ରପୂଜ୍ୟ କଳସ ।
ରୂପ ଦରଶନେ ଦୁ୍ଃଖ ହୁଅଇ ଦୂର ।
ହେ, ଗଣପତି ଗଜାନନ ଠାକୁର । ॥୧॥
ମଥାରେ ସିନ୍ଦୂର କାନ୍ଧେ ସୁନା ପଇତା,
ଭକ୍ତଜନ ପାଇଁ ହାତେ ଲଡୁ ସାଇତା ।
ଏକଦନ୍ତ ଗଜମୁଖ ରୂପ ସୁନ୍ଦର ।
ହେ, ଗଣପତି ଗଜାନନ ଠାକୁର । ॥୨॥
ଜ୍ଞାନ ବୁଦ୍ଧିଦାତା ଦେବକୁଳ ନାୟକ,
ମୂଷିକ ବାହାନ ଶୁଭ ସୁଖ ଦାୟକ ।
ତୁମରି ଚରଣେ ମଥା ଥାଉ ମୋହର ।
ହେ, ଗଣପତି ଗଜାନନ ଠାକୁର । ॥୩॥