STORYMIRROR

Satyaprakash Sethy, M. A(UGC NET)

Children

3  

Satyaprakash Sethy, M. A(UGC NET)

Children

ଗଣପତି ବାବା

ଗଣପତି ବାବା

1 min
62


ଜୟ ବିଦ୍ୟାଦାତା ଗଣପତି ବାବା

ବିଦ୍ୟାର ଭଣ୍ଡାର ତୁମେ

ପେଟଟା ଥନ୍ତଲା ବୋଲି ତ ଭୋକରା

ବୁଦ୍ଧି କିନ୍ତୁ ଥାଏ ବାଟେ ।। 1


ଏଡ଼େ ଅବାଗିଆ ମୁହଁଟା ହେଲେ ହେଁ

ବିଦ୍ୟା ବୁଦ୍ଧି ସବୁ ଠୁଳ

ତୁମେ ବିଘ୍ନରାଜ ସକଳ ବିଘ୍ନକୁ

ଅଚିରେ ବିନାଶ କର।। 2


ତୁମଠୁଁ ଅରଜି ବିଦ୍ୟା ବୁଦ୍ଧି ମୁହିଁ

ଜ୍ଞାନୀ ଗୁଣୀ ହେବା ଚାହେଁ

କେତେବେଳେ ତୁମେ ଏତେ ପାଠ ପଢ଼

ମୋତେ କହନ୍ତନି ଭଲେ। ।3


ସର୍ବଗିଳା ବୋଲି ପେଟ ପୂରେ ନାହିଁ

ଖାଦ୍ୟେ ପରା ଲୋଭ ରଖ

ହେଲେ କେମିତି ଯେ ଏଷଣା ଗଣିତ

ତର୍କାଦି ଶାସ୍ତ୍ରେ ନିପୁଣ।। 4


ପାର୍ବତୀ ଦୁଲାଳ ଆହେ ଗଜାନନ

ମାତୃ ଆଜ୍ଞା ଶିରୋଧାର୍ଯ୍ୟ

ସତ୍ୟର ପୂଜାରୀ ବଚନ ପ୍ରେୟସୀ

ମନୋବାଞ୍ଛା ପୂରା କର।। 0



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children