ଚଳଚିତ୍ର
ଚଳଚିତ୍ର
ମନୋରଞ୍ଜନ ର ଏକ ଉପାଦାନ
ଅଟଇ ଯେ ଚଳଚିତ୍ର,
ପରଦା ଉପରେ ବଡ଼ ଆକୃତିରେ
ଦେଖି ଆନନ୍ଦିତ ଚିତ୍ତ l
ଦୃଶ୍ୟ ଶ୍ରାବ ଆଉ ଅଭିନୟ ର ସେ
ମିଳିତ ରୂପ ଅଟଇ,
ପ୍ରକୃତି ର ବିଭିନ୍ନ ରମ୍ୟ ଦୃଶ୍ୟ କୁ
ଥାଆନ୍ତି ପୁଣି ଦେଖାଇ l
ବାସ୍ତବ ପରାଏ ଲାଗଇ ଆମକୁ
ମନକୁ ହରଣ କରେ,
ପଶୁ ପକ୍ଷୀ ଠାରୁ ଭୁତ ପ୍ରେତ ଯାଏଁ
ଦେଖାଇଥାନ୍ତି ତହିଁରେ l
କେବେ ସାମାଜିକ ପୌରାଣିକ ଅବା
ଐତିହାସିକ କାହାଣୀ,
ଫୁଟାଇ ଥାଆନ୍ତିବିଭିନ୍ନ ଚରିତ୍ର
ଦେଖିଲେ ବାସ୍ତବ ମଣି l
ପ୍ରଥମ ଓଡ଼ିଆ ଚଳଚିତ୍ରଉଣେ.ଛତିଶ ରେ
ସୀତାବିବାହ ଟି ଆମ,
କଳା ଧଳା ରଙ୍ଗେ ନିର୍ମିତ ତାହାର
ଚଳଚିତ୍ର ଛବି ମାନ l
ଗପ ହେଲେ ବିସତ ସିନେମାଟିରୁ
ରଙ୍ଗୀନ ଛବି ହୋଇଲା,
ବିଭିନ୍ନ ରଙ୍ଗର ମିଶ୍ରିତ ହେବାରୁ
ଅତି ସୁନ୍ଦର ଦିଶିଲା l
ଦୂରଦର୍ଶନ ଓ ମୋବାଇଲ ଯୋଗୁଁ
କମୁଛି ସିନେମା ଦେଖା,
ସିନେମା ହଲ କେତେ ଭିଡ଼ ହୁଏ
ଏବେ ଲାଗୁଅଚ୍ଛି ଫାଙ୍କା l
ଈଶ୍ୱର କରନ୍ତୁ ଚଳଚିତ୍ର ଶିଳ୍ପ
ବିକାଶିତ ସଦା ହେଉ,
ନୂଆ ନୂଆ କେତେ କାହାଣୀ କୁ ଦେଇ
ଲୋକଙ୍କ ପ୍ରଂଶସା ପାଉ l
