STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ବୀର ବିଜୁ ଭୂମିପୁତ୍ର

ବୀର ବିଜୁ ଭୂମିପୁତ୍ର

1 min
165


ଉତ୍ତୁଙ୍ଗ ବ୍ୟକ୍ତିତ୍ଵ  ଅଦମ୍ୟ ସାହସୀ 

   ବୀର ଶ୍ରୀ ବିଜୟାନନ୍ଦ 

ଅନୁପମ ତୁମ୍ଭ  ଦକ୍ଷତା ନେତୃତ୍ୱ

  ଓଡ଼ିଶାର ସ୍ବାଭିମାନ ।

ମୁକ୍ତ ଆକାଶର ସ୍ୱଚ୍ଛନ୍ଦ ବିହଙ୍ଗ

   ପରାକାଷ୍ଠା ଅସାମାନ୍ୟ

ମାନି ନାହଁ କେବେ ସମୟ କଠିନେ

  ପରାଭବ ବାଧା ବିଘ୍ନ ।

ଝଡ଼ର ଇଗଲ  ପରି ତୁମେ କ୍ଷୀପ୍ର

  ବାୟୁଦୂତ ଭୂମିପୂତ୍ର

ନିଜ ଜୀବନକୁ ବାଜିରେ ଲଗାଇ

  ଉଦ୍ଧରିଥିଲ ମଇତ୍ର ।

ହେ ଜନ ନାୟକ ଦିବ୍ୟ ଦୂରଦ୍ରଷ୍ଟା

  ସଭା ହେଉ ବା ସଦନେ

ଉଦାତ୍ତ ଗାମ୍ଭୀର୍ଯ୍ୟ ତୁମ ଆହ୍ୱାନକୁ

   ଡେରୁଥିଲେ ସର୍ବେ କର୍ଣ୍ଣେ ।

ହେଉ ଯୁଦ୍ଧ ଭୂମି କିବା ଆନ୍ଦୋଳନ

   ସଦା ଥିଲ ଅଗ୍ରଭାଗେ

ଇଙ୍ଗିତେ ତୁମର ରାଜ୍ୟ ସାରା ଦେଶେ

  ନବ ନିର୍ମାଣ ପ୍ରାରମ୍ଭେ ।

ଉତ୍କର୍ଷ କଳିଙ୍ଗ  ଉତ୍କଳ ଓଡ଼ିଶା

  ବିକାଶ ସାଧନ ସ୍ୱପ୍ନ

ପାରାଦ୍ଵୀପ ଠାରେ ନୈାବାଣିଜ୍ୟ ପାଇଁ

  ବନ୍ଦର କଲ ସ୍ଥାପନ ।

ପଞ୍ଚାୟତ ରାଜ ସ୍ୱାୟତ୍ତ ବ୍ୟବସ୍ଥା

  ନାରୀ ଶକ୍ତି ଜାଗରଣ

ସୃଜିଥିଲ ତୁମେ ଉଜ୍ଜ୍ବଳ ଦୃଷ୍ଟାନ୍ତ

  ସାର୍ଥକ ଆଜି ପ୍ରମାଣ ।

ବିଶ୍ଵ ଜାତିସଙ୍ଘେ କଳିଙ୍ଗ ସମ୍ମାନ

  ଏକକ ସ୍ମୃତି ଅନନ୍ୟ

ଜାତି କର୍ଣ୍ଣଧାର  ପ୍ରିୟ ବିଜୁବାବୁ

  କୃତିତ୍ବ ଅପରିସୀମ ।


   



Rate this content
Log in

Similar oriya poem from Inspirational