ଆସ ଗଢ଼ିବା ନୂଆ ସମାଜ
ଆସ ଗଢ଼ିବା ନୂଆ ସମାଜ
ଆସ ଗଢ଼ିବା ନୂଆ ସମାଜ
ନ ଥିବ ତହିଁ ସ୍ୱାର୍ଥ ।
ଅନ୍ୟାୟ ଆଉ ଦୁର୍ନୀତି ପୁଣି
ଅସଫଳ ଓ ବ୍ୟର୍ଥ ।
ନୂଆ ସମାଜେ ସବୁ ମଣିଷ
ନିଃସ୍ୱାର୍ଥ ଭାବେ କର୍ମ ।
କରିବେ ପର ଉପକାର ଯେ
ମାନି ନିୟମ ଧର୍ମ ।
ପରିଶ୍ରମରେ ବିଶ୍ବାସ କରି
ନ୍ୟାୟ ପଥରେ ଗତି ।
ଲାଞ୍ଚ ପେଞ୍ଚଠୁଁ ଦୁରେଇ ଯାଇ
କରିବା ସର୍ବେ ନୀତି ।
ଲୋଭ ନ କରି ପରଧନକୁ
ଆପଣା ଧନ ସଞ୍ଚି ।
ହସଖୁସିରେ ଜୀବନ କାଟି
ସୁଖକୁ ନେବା ବାଛି ।
ନୂଆ ସମାଜେ ପର ଆପଣା
ନ ଥିବ ଭେଦଭାବ ।
ପରୋପକାର ବୈକୁଣ୍ଠପୁର
ରହିବନି ଅଭାବ ।
ମିଳିମିଶିଣ ପାଖ ପଡ଼ିଶା
ସବୁ ମଣିଷ ଜାତି ।
ଭାଇଭଉଣୀ ପରି ଚଳିବା
ମାନି ନିୟମ ନୀତି ।
