STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

ଦେଶର ଶଙ୍କଟ ଘଡି

ଦେଶର ଶଙ୍କଟ ଘଡି

1 min
17


ସ୍ଵାଧୀନ ସ୍ଵାଧୀନ ସ୍ଵାଧୀନ ଆମେରେ

ସ୍ଵାଧୀନ ଭାରତବାସୀ

ଦେଶର ସୁରକ୍ଷା ଦେଶ ନିରାପତ୍ତା

ଆମେ କରିବାରେ ମିଶି।।


ବର୍ତ୍ତମାନ ସ୍ଥିତି ଭିନ୍ନ ପରିସ୍ଥିତି

ବିପନ୍ନ ସୁରକ୍ଷା ସ୍ଥିତି

ପଡୋଶୀ ରାଷ୍ଟ୍ର ତ ଶତୃତା ଆଚରେ

ବାମ ହୋଇଲାଣି ମତି।।


ଚାଇନା ସାଙ୍ଗକୁ ପାକିସ୍ଥାନ ପାଜି

ଉତ୍ତାବଳ ହୁଏ ଆଜି 

ନେପାଳ ବାଂଲା ବି ସାଥି ଦେଉ ନାହିଁ

ଚାଇନା ଚାଇନା ଭଜି।।


ଏତେବେଳେ ତେଣୁ ଏକାଠି ନୋହିଲେ

ସ୍ଵପ୍ନ ଯିବ ଆମ ହଜି

ସ୍ଵାଧୀନତା ରବି କେଣେ ଯିବ ଚାଲି

ଖୋଜି ପାଇବାନି ଭଜି I ।


ପରସ୍ପର ଲଢ଼ି ଲାଭ ନାହିଁ କିଛି 

ଦେଶର ସଙ୍କଟ ଘଡି

ଚାଲ ଆମେ ଆଜି ବିବାଦ ଭୁଲିଣ

ଶତୃକୁ ଦେବାରେ ତଡି।।



Rate this content
Log in

Similar oriya poem from Inspirational