STORYMIRROR

Satyaprakash Sethy, M. A(UGC NET)

Inspirational

3  

Satyaprakash Sethy, M. A(UGC NET)

Inspirational

କୁକୁର ଦିବସ

କୁକୁର ଦିବସ

1 min
34

କୁକୁର ମଣିଷ ବନ୍ଧୁତା ବିଚିତ୍ର

କାଳୁ କାଳ ବହୁକାଳୁ

କୁକୁରର ସାଥି ମଣିଷର ପ୍ରୀତି

ପ୍ରମାଣିତ ପୁରା କାଳୁ।।


କେଉଁଠି କୁକୁର ଗାଡ଼ି ଟାଣୁଅଛି

ପୁଣି ଜଗୁଅଛି ଚୋରି 

କେତେବେଳେ ଅବା ଶିକାରରେ ସାଥି

ପାଲଟିଛି ସହଚରୀ।।


ବିଶ୍ୱାସନିୟତା ବିଶ୍ୱାସପଣିଆ

ଅମାପ ଯାହାର ଶକ୍ତି

କୁକୁର ଠିଁ ଠୁଳ ସବୁତକ ଗୁଣ

ଅଛି ତା'ର ପ୍ରଭୁ ଭକ୍ତି।।


ମଣିଷଟା ସିନା ବେଇମାନ୍ ବଡ଼

କୁକୁରଟା ଗୁଣକର 

ଖାଇବ ଯାହାର ଅହରହ ନିଶ୍ଚେ

 ଗାଇବ ଗୁଣ ତାହାର ।।


କୁକୁର ପରିକା ଗୃହପାଳିତ ଯେ

ହୋଇ ପାରିବେନି କେହି

ପ୍ରଭୁ ଅନୁଗାମୀ ପ୍ରଭୁ ସହଚର

ସବୁ ଦୁଃଖ ନେବ ବୋହି।।


(ଆନ୍ତର୍ଜାତୀୟ କୁକୁର ଦିବସ

26 August)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational