ସମାଜ ଓ ଶିଶୁ
ସମାଜ ଓ ଶିଶୁ
କବିତା,ସମାଜ ଓ ଶିଶୁ
ସୁରେଶ ଚନ୍ଦ୍ର ପାଢୀ
ଆଜିର ଶିଶୁ କାଲିର ଭବିଷ୍ୟତ
ବେଳ ଥାଉ ଆମେ ଶିଶୁଙ୍କୁ କରିବା ଜାଗ୍ରତ
ସମାଜକୁ ଶିଶୁ ଦିନେ ଆଗକୁ ନେବ
ଏକ ସୁନ୍ଦର ପରିବେଶ ଶିଶୁ ଆମ ଗଢ଼ିବ
ଶିଶୁ ଯେବେ ସଂସ୍କାର ପାଇବ ଆମ ଠାରୁ
ଭଲ ମଣିଷ ହୋଇ ବାହାରିବ ସମାଜରୁ
ଆମ ଶିଶୁଙ୍କୁ ଆମେ ପିଲା ବେଳୁ ଈଶ୍ୱର ପ୍ରେମୀ କରିବା
ସାଧୁ ଭଳି ହେବାକୁ ଆମେ ଶିଖାଇ ଦେବା
ଏଇ ସମାଜରୁ ଶିଶୁ ଯାହା ଦେଖିବ
ତାର ଜୀବନରେ ତାହା କରିବ
ଆମ ଶିଶୁଙ୍କ ଗତି ଵିଧି ଲକ୍ଷ୍ୟ କରିବା
ଉତ୍ତମ ସଙ୍ଗ ହେବାକୁ ସମାଜରୁ କହିବା
ଶିଶୁ କଢି ଟିଏ ହୋଇ ସମାଜକୁ ଆସିଛି
ସେଇ ଶିଶୁ ଦିନେ ମହକିବ ଦୁନିଆ ଜାଣିଛି
ଆମ ସମାଜର ମହାପୁରୁଷଙ୍କ କାହାଣୀ କହିବା
ଶିଶୁଙ୍କ ହୃଦୟରେ ଦେଶ ଭକ୍ତି ଆଣିବା
ଆମ ଶିଶୁ ଦିନେ ମହାନ ହୋଇବ
ଆମ ସମାଜକୁ ଶିଶୁ ଆଗେଇ ନେବ ।
