STORYMIRROR

Niranjan Mishra

Children

3  

Niranjan Mishra

Children

ଆ ଆ ରେ ବଣି ଚଢେଇ

ଆ ଆ ରେ ବଣି ଚଢେଇ

1 min
148


ଆ ଆ ରେ ବଣି ଚଢେଇ

ଆ ମୋ ପାଖକୁ ଆ।

ମତେ ଦେଖି କିଆଁ ଯାଉ ପଳେଇ

କହିବୁ ଟିକିଏ ଆ ।


ତୁ ତ ଟିକି ମୁଁ ତ ଟିକି ଡରୁଚୁ

ମତେ କିଆଁ ?

ପାଖକୁ ତୋର ଗଲେ ମୁଁ ଚାଲି

ମାରୁଚୁ କିଆଁ ଡିଆଁ ?


କେତେ ଛୋଟିଆ ଗୋଡ ତୋହର

ଡେଇଁ ଡେଇଁ ତୁ ଯାଉ ।

କହିବୁ ମତେ କୋଉଠି ରହୁ

କଅଣ ତୁଉ ଖାଉ ?


ଆ ମୋ ପାଶେ ଆଉଁଷି ଦେବି

ଗେଲ କରିବି ଧରି ।

ଚୁଡା ମୁଢି ତୋ ଖାଇବା ଲାଗି

ଦେବି ଯତନ କରି ।


ଖାଇ ସାରିଲେ ପିଇବୁ ପାଣି

ଖେଳିବା ଆମେ ଖେଳ ।

ଫୁର୍ କିନି ଉଡେଇ ଦେବି

ଘରକୁ ଯିବୁ ତୋର ।


ବଣି କହିଲା କୁନାରେ କୁନା

ଯାହା କହୁଚୁ କହ ।

ତତେ ମୁଁ କେବେ ନ ଦେବି ଧରା

ତୁଉ ମଣିଷ ପୁଅ ।


ଟିକି ପିଲା ତୁ ହେଲେ ମୋହର

ବିଶ୍ବାସ ଟିକେ ନାହିଁ ।

ଧରିଲେ ମତେ ହାତରୁ ତୋର

ମୁକତି ମୋର ନାହିଁ ।


ଥଟ୍ଟା ମଜାରେ ମଣିଷ ଜାତି

ଖେଳନ୍ତି ଆମ ସହ ।

ଜୀବନ କେବେ ନିଅନ୍ତି ଆମ

ସତ କି ମିଛ କହ ।


ମୋ କାମରେ ଯାଉଛି ମୁଁ

ତୋ କାମେ ତୁ ଯାଆ ।

ସବୁ ମଣିଷ ଭଲ ହୁଅନ୍ତୁ

ବାରତା ଦେଇ ଆ ।



Rate this content
Log in

Similar oriya poem from Children