KRUTIBAS NAYAK

Inspirational Others Children

3  

KRUTIBAS NAYAK

Inspirational Others Children

ଆମେ ସ୍ଵାଧୀନ

ଆମେ ସ୍ଵାଧୀନ

1 min
19


ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ-1817 


ଖୋରଧା ମାଟିରେ ହାତଦେବ ଯିଏ ତା'ର ହାତ କାଟି ଝୁଲେଇବି,

ଲୁଣ୍ଠନକାରୀ ଫିରିଙ୍ଗି ଶାସନ ଭାରତ ମାଟିରୁ ହଟେଇବି ।


ଶପଥ କରିଲେ ମୁକୁନ୍ଦଦେବଙ୍କ କମାଣ୍ଡର ବକ୍ସି ଜଗବନ୍ଧୁ,

ରୋଢ଼ଙ୍ଗଗଡ଼ର ଜମିଦାର ପୁଣି ଥିଲେ ସାହସର ମହାସିନ୍ଧୁ ।


ଚକ୍ରାନ୍ତ କରିଲେ ଦାରୋଗା ଗୁମାସ୍ତା କିଛି ଦେଶଦ୍ରୋହୀ ଗଲେମିଶି, 

ଜମିଦାରୀ ତାଙ୍କ ଉଚ୍ଛେଦ ହୋଇଲା ନିଶ୍ୱ ହୋଇଗଲେ ବୀରବକ୍ସି ।


ସ୍ୱାଭିମାନୀ ବୀର ମାତୃଭୂମି ପାଇଁ ବିଦ୍ରୋହର ଅଗ୍ନି ଦେଲେଜାଳି,

ଏକଶହ ଆଠ ଗଡ଼ ଦଳେଇଙ୍କୁ ମିଶାଇ କରିଲେ ମହାମେଳି । 


କଣ୍ଟାକୁ କଣ୍ଟାରେ କଢ଼ାଯାଏ ଜାଣି ସଂଗ୍ରାମ କରିଲେ ମୁକ୍ତିପାଇଁ,

ବିପ୍ଲବର ସ୍ୱର ଝଙ୍କୃତ ହେଲା କମ୍ପିଲା ଖୋରଧା ଗଡ଼ଭୂଇଁ ।


ପାଇକ ବିଦ୍ରୋହ ଗଣ-ବିପ୍ଳବରେ ଧୀରେ ଧୀରେ ପରିଣତ ହେଲା,

ଫାର୍ସା ଚୋଟରେ ବିଶ୍ୱାସଘାତକ ଚରଣର ପ୍ରାଣ ଛାଡ଼ିଗଲା ।


ମାଟିଲେ ବିପ୍ଲବୀ ଗଲେ ଶ୍ରୀକ୍ଷେତ୍ରକୁ ଇଂରେଜ ଅଫିସ କଲେ ଧ୍ୱଂସ,

ସ୍ୱାଧୀନ ହୋଇଲା ଶଙ୍ଖକ୍ଷେତ୍ର ପୁରୀ ପରାଧୀନ ଥିଲା ସାରାଦେଶ ।


ଆଠବର୍ଷ କାଳ ଚାଲିଲା ଦମନ ବନ୍ଧୁକ ଗୁଳିରେ ମଲେ କେତେ,

ଫାଶୀରେ ଝୁଲିଲେ ବଣରେ ଲୁଚିଲେ ନିର୍ଭିକ ବୀର ଥିଲେଯେତେ ।


ସତର ମସିହା ବିପ୍ଳବ ଦମନ ହୋଇଗଲା ପୁଣି ପଚିଶରେ,

ଅସହାୟ ସିଂହ ଯନ୍ତାରେ ପଡ଼ି ପ୍ରାଣଦେଲେ ଚାରିବର୍ଷ ପରେ ।



Rate this content
Log in

Similar oriya poem from Inspirational