Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational Children

3  

KRUTIBAS NAYAK

Inspirational Children

ଦେଶ ବନ୍ଦନା -ଡକ୍ଟର କୃତ୍ତିବାସ ନାୟକ

ଦେଶ ବନ୍ଦନା -ଡକ୍ଟର କୃତ୍ତିବାସ ନାୟକ

1 min
8



ଯେତେ ଗାଇଲେ ବି ମୋ ଜନନୀ ଗାଥା-

ତା' ଗୁଣ ସରିବ ନାହିଁ,

ମାଆ ସିନା ମୋତେ ଜନମ ଦେଇଛି-

ପାଳୁଛି ଜନମ ଭୂଇଁ |(ଘୋଷା )


ମୋ ମାଟି ମାଆର ପାଣି-ପବନରେ-

ଗଢା ଏ ଶରୀର ମୋର,

ତା'ର ଦାଣ୍ଡଧୂଳି ବୋଳି ହୋଇଗଲେ-

ଦୁଃଖ ହୋଇଯାଏ ଦୂର |


ହିମାଳୟଠାରୁ କୁମାରୀକା ଯାଏ-

ମନ ମୋର ଯାଏ ଧାଇଁ |

ଯେତେ ଗାଇଲେ ବି ମୋ ଜନନୀ ଗାଥା-

ତା' ଗୁଣ ସରିବ ନାହିଁ |(1)


ନଦୀ ଝରଣାର କୁଳୁକୁଳୁ ନାଦ-

କୋଇଲିର କୁହୁତାନ,

ସୁନାର ଫସଲ ନାନାଜାତି ଫୁଲ-

କିଣିନିଏ କୋଟିମନ |


ଯାହାପାଇଁ ଯାହା ଲୋଡ଼ା ମାତୃଭୂମି-

ଦେଉଛି ମନକୁ ଚାହିଁ |

ଯେତେ ଗାଇଲେ ବି ମୋ ଜନନୀ ଗାଥା-

ତା' ଗୁଣ ସରିବ ନାହିଁ |(2)



Rate this content
Log in

Similar oriya poem from Inspirational