STORYMIRROR

SUSHREE SANGITA

Inspirational Children

3  

SUSHREE SANGITA

Inspirational Children

ଗୁରୁ

ଗୁରୁ

1 min
35


ମାତା ତ ଅଟନ୍ତି ଜୀବନଦାତ୍ରୀ

ପିତା ଯେ ପାଳନକର୍ତ୍ତା,

ଗୁରୁ ଥିଲେ ଆମ ପଥ ପ୍ରଦର୍ଶକ

ଜୀବନେ ଆସେନି ବାଧା।


ଗୁରୁ ଯେ ଅଟନ୍ତି ତ୍ୟାଗର ସାଗର

ଦେଇ ସଭିଙ୍କୁ ଆଦର,

ତାଙ୍କରି କରୁଣା ବଳେ ଆଜି

ଦିଶେ ଏ ସଂସାର ସୁନ୍ଦର।


ସତ୍ୟ, କରୁଣା, ସେନେହ,ମମତା

ଅଟେ ଗୁରୁଙ୍କ ଭୂଷଣ

ମଧୁର ବଚନ ଶୁଣି ତାଙ୍କଠାରୁ

ମଣିବ ଧନ୍ୟ ଏ ଜୀବନ।


ସେ ବିଦ୍ୟାର୍ଥୀ ଅଟେ ଭାଗ୍ୟବାନ

ପାଏ ଯେ ଗୁରୁଙ୍କ ଆଶିଷ

ତାଙ୍କରି କଥାକୁ ମନରେ ଉଚ୍ଚାରି

ଖେଳାଇ ଦିଏ ସେ ସୁବାସ।


ଘନ ଅନ୍ଧକାରେ ଦୀପ ଯେ ସେ

ଦିଅନ୍ତି ଆଲୋକ ଭରି

ଧନ୍ୟ ସେ ପିଲା ଯେ ଗୁରୁଙ୍କ ସମ୍ମାନେ

ନିଜର ସମ୍ମାନ ଖୋଜଇ।


ଜୀବନ୍ତ ଦେବତା ପୃଥିବୀରେ ସେ

ତାଙ୍କ ସମ କେହି ନାହିଁ

କ୍ଷମା କରିଦେବେ ଭୁଲ କରିଥିଲେ

ଛୋଟ ଶିଶୁଟିଏ ମୁହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational