STORYMIRROR

Srinivas Bishoyi

Inspirational Children

3  

Srinivas Bishoyi

Inspirational Children

ବୀର ଯବାନ

ବୀର ଯବାନ

1 min
104

ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ

ତୁମ ନୀତି, ତୁମ କାନ୍ତି

ତୁମରି ପ୍ରେରଣା

ଜଗାଏ ଆମରି ମନେ

ସତ୍ୟର ଭାବନା

ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ।।


ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ

ଲୁହ ଲହୁ ବୁହାଇଛ

ଦେଶ ପାଇଁ କେତେ 

ତ୍ୟାଗ ଆଉ ବଳିିଦାନ  

ଦେଇ ଅଛ ସତେ 

 ହେ ଆମ ବୀର ଯବାନ  

ଆମେ କରୁ ତୁମକୁ ପ୍ରଣାମ।।


ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ

ଇଂରାଜୀଙ୍କ ଅତ୍ୟାଚାର 

ସାହିନେଇ ସବୁ

ଅଙ୍ଗୀକାର ବଦ୍ଧ ହେଲ

ସ୍ୱାଧୀନତା ଦେବୁ 

ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ।।


ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ

ଦୃଢ଼ ପରିକର ହୋଇ

ଦେଲ ସ୍ଵାଧୀନତା 

ମନେ ରଖିିବ ଏ ଜାତି

ତୁମ ମହାନତା

ହେ ଆମ ବୀର ଯବାନ

ଆମେ କରୁ ତୁମକୁ ପ୍ରଣାମ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational