STORYMIRROR

Kishore Nayak

Children

3  

Kishore Nayak

Children

"ଜହ୍ନ ମାମୁଁ ଆମ କେଡେ ସୁନ୍ଦର "

"ଜହ୍ନ ମାମୁଁ ଆମ କେଡେ ସୁନ୍ଦର "

1 min
59

ଶିଶୁ ଓ କିଶୋରମାନଙ୍କ ପାଇଁ କବିତାଟିଏ 


ଜହ୍ନ ମାମୁଁ ଆମ କେଡେ ସୁନ୍ଦର 

ଆକାଶ ରାଇଜେ କରିଛି ଘର ll

ବଉଦ ଲୁଚାଏ ମୁହଁକୁ ତା'ର 

ପୁନେଇଁ ରାତିରେ ଆସେ ଅନ୍ଧାର ll

ତାରା ଫୁଲେ ଭରା ବଗିଚା ତା'ର 

ରାତିରେ ଦିଶଇ ଭାରି ସୁନ୍ଦର ll

ଆସ କୁନା ମୁନା ଆସରେ ଯିବା 

ଜହ୍ନମାମୁଁ ଘର ବୁଲି ଆସିବା ll

ଜହ୍ନମାମୁଁ ଘର ବହୁତ ଦୂର 

ଅଳସ ନକରି ଶୀଘ୍ର ବାହାର ll

ମାମୁଁ ପାଇଁ ନବା ଅମର ଲଡୁ 

କିଛି ଦିନ ରହି ଫେରିବା ସାଡୁ ll

ମାମୁଁଘରେ ରହି କରିବା ମଜା 

ମାମୁଁ ଆଣି ଦବ ଆକାଶି ଗଜା ll

ଖୁସିରେ ଖାଇଣ ଆମେରେ ସବୁ 

ରକେଟ ଯାନରେ ଫେରି ଆସିବୁ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children