STORYMIRROR

Saraswati Behera

Others Children

4  

Saraswati Behera

Others Children

ଜରି ଆମର ଅରି

ଜରି ଆମର ଅରି

1 min
652

ଫିଙ୍ଗନାହିଁ ପିଲେ ପଲିଥିନ ଜରି

            ରାସ୍ତା ଘାଟ ଏଣେ ତେଣେ 

 ତୁମ ଅଜାଣତେ ରୋଗ ବଇରାଗ

          ମାଡିଆସେ ତତକ୍ଷଣେ !

 ନାଳ ନାର୍ଦ୍ଦମା ରେ ଏ ଜରି ପଡିଲେ

          ହୁଏନାହିଁ ଜଳ ନିଷ୍କାସନ

  ମଶା ଜନ୍ମ ନିଏ ଡେଙ୍ଗୁ ମେଲେରିଆ

           ରୋଗର କାରଣ ଜାଣ !

  ନଦୀ ପୋଖରୀର ଜଳେ ଭାସି ବୁଲେ

           ଜଳ କରେ ପ୍ରଦୂଷଣ

  ଏହି ଜଳ ପିଇ କେତେ ଜୀବଜନ୍ତୁ

           ଅଚିରେ ହରାନ୍ତି ପ୍ରାଣ!

  କୃଷି କ୍ଷେତ୍ରେ ଏହି ଜରି ଟି ପଡିଲେ

          ଉତ୍ପାଦନ ହ୍ରାସ ପାଏ

  ଫସଲ ଉତ୍ପନ୍ନ କମିଯିବା ଦେଖି

         ଚାଷୀ ମୁଣ୍ଡେ ହାତ ଦିଏ!

 ଫିଙ୍ଗ ନାହିଁ ପିଲେ ଜରି ଏଣେ ତେଣେ

          ଜରି ଟି ଆମର ଅରି

 ଆଖେ ପାଖେ ଯାହା ପଡି ରହିଥିବ

         ଜଳାଅ ଏକାଠି କରି!

 ଆମ ପରିବେଶ ଆମରି ହାତରେ

         ସେ ଅଟେ ଆମର ମିତ

ତା ଯତନ ନେଇ ରଖିବା ସୁନାମ

        ବଢିବ ଆମ ମହତ!

           


Rate this content
Log in