ଉତ୍ତମ ଗୁଣ
ଉତ୍ତମ ଗୁଣ
ଗୁରୁମା ଆସି କହିଲେ ହସି
ଶୁଣରେ ପିଲେ ଶୁଣ
କହିବି ସବୁ ବୁଝାଇ ଆଜି
ଯେତେ ଉତ୍ତମ ଗୁଣ ।
ସବୁଠୁ ଭଲ ଶୃଙ୍ଖଳା ଜ୍ଞାନ
କଲେ ୟାକୁ ପାଳନ
ହୋଇବ ଦିନେ ଭଲ ମଣିଷ
ଜଗତେ ହେବ ଧନ୍ୟ ।
ବିଦ୍ୟାଳୟ ରେ ମଧ୍ୟାହ୍ନ ବେଳେ
ଧାଡିରେ ଠିଆ ହୋଇ
ଭୋଜନ ନେବ ମନ ଖୁସିରେ
ଝଗଡା ହେବ ନାହିଁ ।
ମନ୍ଦିର ଗଲେ ଖୁସି ମନରେ
ଧାଡିରେ ଧୈର୍ଯ୍ୟ ଧର
ତୁମକୁ ଦେଖି ଦେବତା ଦି ଅଁ
ଦେବେଟି ଯାଚି ବର ।
ରାସ୍ତାର ବାମ ପାଖରେ ସଦା
ଯିବରେ ଚାଲି ଚାଲି
ଅନ୍ଧ ଓ ଛୋଟା ଦେଖିବ ଯେବେ
ରାସ୍ତା କରିବ ପାରି ।
ଘର ଅଗଣା ରଖିବ ତୁମେ
ନିଇତି ପରିଷ୍କାର
ମଶା ଓ ମାଛି ଦୁରେଇ ଯିବେ
ହୋଇବ ନାହିଁ ଜ୍ୱର ।
ପାଖ ପଡୋଶୀ ଲୋକମାନଙ୍କୁ
କରିବ ସଚେତନ
ରହିବେ ସଦା ସଫା ସୁତର
ଖୁସି ରହିବ ମନ ।
ମାନିବ ବାପା ମାଙ୍କ କଥା
ମାନିବ ଗୁରୁଜନ
ଭଲ ମଣିଷ ହୋଇବ ତୁମେ
ପାଳି ଉତ୍ତମ ଗୁଣ ।
