ଏଇତ ଜୀବନ
ଏଇତ ଜୀବନ
କେବେ ସୁଖ କେବେ ଦୁଃଖ
କେବେ ପୁଣି ମାନ ଅଭିମାନ
କେବେ ହସ କେବେ କାନ୍ଦ
ବୋଧହୁଏ ଏଇତ ଜୀବନ |
ଜନମ ନେଇଛ ଯେଣୁ
ହେଵ ତ ମରଣ ନିଶ୍ଚେ
କରମ କରିଛ ଯାହା
ଫଳ ତ ପାଇବ ପଛେ |
ହସିବା ଜାଣିଛ ଯଦି
କାନ୍ଦିବା ବି ଜାଣିଥିବ
ଆସିଛି ଯେ ଦୁନିଆକୁ
ନିଶ୍ଚେ ଦିନେ ଫେରିଯିଵ |
ଦିନ ଅଛି ଯଦି ନିଶ୍ଚେ
ରାତି ଵି ହୋଇବ
ମନ୍ଦ ଅଛି ଯଦି ଦିନେ
ଭଲ ଵି ଆସିବ |
ଛୁଆ ଅଛି ଯଦି ନିଶ୍ଚେ
ଥିବ ବାପମାଆ
ଜୀବନ ଅଛି ଯଦି
ଦିନେ ଛାଡିବ ଦୁନିଆ |
ମାନ ଥିଲେ ପଛରେ
ଜଗିଛି ଅପମାନ
ଗରୀବ ହୋଇଥିଲେ ହିଁ
ଅରଜିବ ଦିନେ ଧନ |
ଶିକ୍ଷା ଥିଲେ ଦୀକ୍ଷା ନିଶ୍ଚେ
ପାଇବରେ ଭାଇ
ଏଇତ ଜୀବନ ଏଠି
ସବୁ କ୍ଷଣସ୍ଥାୟୀ ||
