STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଶେଷରେ ତୁମେ ବଦଳିଗଲ

ଶେଷରେ ତୁମେ ବଦଳିଗଲ

2 mins
21


ସେ ଜହ୍ନରାତି ରେ ଭିଜିବାର ମୋହ ମାନେ
ସତେ ଯେମିତି ବିକ୍ଷିପ୍ତ ମନଦେଦନାର
କଳା କିଚି ମିଚି ଗୌହଦୀରେ
ଦରାଣ୍ଡି ହେଉଛନ୍ତି ସେଇ ପ୍ରେମ, ପ୍ରୀତି
ଅନୁରାଗର ବୁନ୍ଦା ବୁନ୍ଦା ଶିଶିର ବିନ୍ଦୁକୁ 

ସବୁ କିଛିକୁ ମିଛ କରିଦେଇ

ତୁମେ ବଦଳିଗଲ ।💥


ତୁମେ କଥା ଦେଇଥିଲ ସେଇ
ସମୁଦ୍ର ବେଳାରେ
ଜୀବନ ସଂଗ୍ରାମର ସାଥୀ ହୋଇ
ଚ଼ରଦିନ ରହିଥିବ ବୋଲି
ତୁମେ କଥା ଦେଇ ଥିଲ
ମୋ ଅସଜଡା ମାଟି ଘରଟିକୁ
ବୈକୁଣ୍ଠ କରି ତୋଳି ଦେବ ବୋଲି
ତୁମେ ବି କହି ଥିଲ
ମୋର ମାଟି କାନ୍ଥେ ଲେଖିଦେବ
ସଂସ୍କାରର ଛୋଟି
ତୁମେ ବି କଥା ଦେଇଥିଲ
ସଂସ୍କୃତିର ମହକରେ ମହକାଇ ଦେବ
ମୋ ଘର ବାରଣ୍ଡା
ଅଖଣ୍ଡ ବିଶ୍ୱାସ ଆଉ ଭରସାରେ
ମୁଁ ହଜିଥିଲି ଶାଶ୍ଵତ ଆନନ୍ଦେ
ହେଲେ,
ମୋ ବିଶ୍ୱାସ ଭରସା ର ସେତୁର
ସତେ ଯେମିତି ତୁମେ
ଡିନାମାଇଟ୍ ପକାଇ
ଖଣ୍ଡ ବିଖଣ୍ଡିତ କରି ଦେଲ
ଆଉ, ମୋ ବିଶ୍ୱାସ ଓ ଭରସାର
ମନ୍ଦିରର ଅଂଶସବୁ
ଟୁକୁଡ଼ା ଟୁକୁଡ଼ା ହୋଇ
ଛିଟିକି ପଡ଼ିଥିଲେ
କାହିଁକି ନା ତୁମେ ବଦଳି ଗଲ ।💥


ମୋ ଘରକୁ ସ୍ବର୍ଗ ବନେଇ ବାର
ପ୍ରତିଶୃତି ମାନେ

ମୋତେ ଅଟ୍ଟହାସ୍ୟ କରୁ ଥିଲେ
ମୋ ବୋଉ ମୋ ଘର ସାମ୍ନା ବେଦୀରେ
ତୁମକୁ ଖୋଜୁ ଥିବା ବେଳେ
ତୁମେ ଆଉ କାହାର
ବୋହୂ ହୋଇ ଯାଇଥିଲ
କାହିଁକି ନା ତୁମେ ବଦଳି ଯାଇଥିଲ ।💥


ସବୁ ସ୍ନେହ, ସବୁ ପ୍ରୀତି ପ୍ରେମର ଫୁଆରା
କଥା ହୋଇ ରହିଗଲା
ବ୍ୟଥାର ଯନ୍ତ୍ରଟେ ହୋଇ
ମୋ ସ୍ବପ୍ନ ମାନେ ରଙ୍ଗ ଛଡ଼ା ହୋଇ
ମୁହଁ ଲୁଚାଇ ବୁଲୁଥିଲେ
ମୋ ବିଶ୍ୱାସ ଓ ଭରସା
ତୁମ ବଦଳି ଯିବାର ସୁଖ ଯଜ୍ଞରେ
ଆହୂତି ହୋଇ ଜୀବନ ଦେଉଥିଲେ
କାହିଁକି ନା ତୁମେ ବଦଳି ଯାଇଥିଲ ।💥


ବଦଳି ଯିବାର ବିବାହ ବେଦୀରେ
ତୁମ ମୁହଁଟା ଦାଉ ଦାଉ ଜଳୁଥିଲା
ମେକ୍ ଅପ୍ ମାନଙ୍କର ଭିଡ଼ରେ
ତୁମେ ଐଶ୍ଵର୍ଯ୍ୟ ସ୍ବପ୍ନ ସାଗରରେ
ପହଁରୁ ଥିଲ ଖୁସୀ ର ଝଲକ ଦେଇ
ଆଉ ମୁଁ ବିଶ୍ୱାସ ଅବିଶ୍ୱାସ ମଝିରେ
ସଂଶୟକୁ ନେଇ ସନ୍ଦିହାନ ହେଉଥିଲି
କାହିଁକି ନା ତୁମେ ବଦଳି ଯାଇଥିଲ ।💥


ବିଶ୍ୱାସ, ଭରସାର ପିରାମିଡ୍ କୁ ଖଣ୍ଡ ଖଣ୍ଡ କରି
ଶେଷରେ ତୁମେ ବଦଳି ଗଲ
ହଁ
ଶେଷରେ ତୁମେ ବଦଳିଗଲ
ଆଉ ମୋତେ ବହୁତ ବଡ଼
ଶିକ୍ଷା ଦେଇଗଲ ।💥




Rate this content
Log in

Similar oriya poem from Tragedy