STORYMIRROR

Sarojini Mishra

Classics

4  

Sarojini Mishra

Classics

ଚିରସ୍ମରଣୀୟ ଧରମା ତ୍ୟାଗ

ଚିରସ୍ମରଣୀୟ ଧରମା ତ୍ୟାଗ

2 mins
17


ଗଙ୍ଗ ବଂଶୀ ନରସିଂହ ନୃପତିଙ୍କ ଦୀପ୍ତି
ମନ୍ଦିର ନିର୍ମାଣ ପାଇଁ ମନରେ ଜାଗୃତି
ବିକଳ୍ପ ହୀନ ସର୍ଜନା
ମନରେ ସଂକଳ୍ପ ସିକ୍ତ ସ୍ରୋତର ଭାବନା ।

ଅତୀତର କିମ୍ବଦନ୍ତୀ ମନ ବିମୋହନା
ଗୌରବ ଗାଥା ପୁସ୍ତକ ହୁଏ ସଂରଚନା
ଭବ୍ୟତା ଭାବ ଲହରୀ
ଚିନ୍ତନ ତୃପ୍ତି ଆକାଂକ୍ଷା ବିମୁଗ୍ଧ ମାଧୁରୀ ।

ଅତୀତ କହୁଛି ଗୌରବ ଗାଥା ଐତିହ୍ୟ
ସପ୍ତାଶ୍ଚର୍ଯ୍ୟ ସାରା ବିଶ୍ଵେ ଅନନ୍ୟ ତା ମୋହ
ପାଷାଣ ମୁଗ୍ଧ ରାଗିଣୀ
ବାରଶହ ଶିଳ୍ପୀ ଚେତନାର ବିମୁଗ୍ଧ ବାଣୀ ।

ବେଳ କାଳ ସ୍ଥିରୀକୃତ ମଙ୍ଗଳା ପୂଜିତ
ଭବ୍ୟତାର ମହାସ୍ରୋତେ ସ୍ଥାପତ୍ୟ  ବନ୍ଧିତ
ଚନ୍ଦ୍ରଭାଗା ଚିତ୍ତମଗ୍ନ
ତଟ ଭବ୍ୟତାରେ ମଗ୍ନ ଖୋଜଇ ସୁଲଗ୍ନ |

ଚବିଶି ଚକ୍ରର ସାତୋଟି ଅଶ୍ଵ ଯେ ଯୁକ୍ତ
ବାରଶହ ଶିଳ୍ପୀଙ୍କର ଅଙ୍ଗୀକାର ଶକ୍ତ
ପାଷାଣ ଶାସ୍ତ୍ର ବର୍ଣ୍ଣନ
ମୋହ ଶୂନ୍ୟ ତ୍ୟାଗ ଉପମା କର୍ତ୍ତବ୍ୟ ଧ୍ୟାନ ।

ବିଶୁ ମହାରଣା ଶ୍ରେଷ୍ଠ ବାରଶ ବିଶିଷ୍ଟ
ବ୍ୟକ୍ତିଗତ ବାସନା ଯେ କର୍ମ ସୁଚିନିଷ୍ଠ
ପ୍ରତିଶ୍ରୁତି ବଦ୍ଧ ଟାଣ
ପାଷାଣରେ ଲେଖିଦେଲା ସ୍ଥପତି ମହାନ ।

ବାର ବରଷ ଉପରାନ୍ତ ଧରମା ସୁତ
ପିତା ଦର୍ଶନ ଲାଳସା ମନ ତା ବିସ୍ମୃତ
ଉପଗତ କର୍ମସ୍ଥାନେ
ଶ୍ୱାନେ ଦେଖାଏ ଧରମା ପରିଚୟ ଦାନେ ।

ଧରମା ମନ ବିକଳ ଦେଖି ଶିଳ୍ପୀ କୁଳ
ଚ଼ିନ୍ତାଶୀଳ ଶିଳ୍ପୀ କୁଳ ଶ୍ରୀମୁଖ ମଣ୍ଡଳ
ବାର ବରସର ଧରମା
ଚକିତ ଚିନ୍ତିତ ମନ ହୁଏ ଆନମନା ।

ଶିଳ୍ପୀକୁଳ ସ୍ଥାପତ୍ୟର ଅନବଦ୍ୟ କୃତି
ଦେଖି ଧରମା ବିଭୋର ଘୁରିଗଲା ମତି
ରାଜାଙ୍କର କ୍ରୋଧ କଥା
ମନେ ପଡିଯାନ୍ତେ ବିଶୁ ଙ୍କର ମୁଣ୍ଡବ୍ୟଥା ।

ଦଧି ନଉତି କାର୍ଯ୍ୟରେ ନାହିଁ ତ ବିକଳ୍ପ
ଶିଳ୍ପୀ କୁଳ ହତୋତ୍ସାହ  ସ୍ଵଳ୍ପରେ ଯେ ଗଳ୍ପ
ପାଷାଣ ପ୍ରସ୍ଫୁଟ ଭାଷା
ଆବେଗରେ ସତେ ଅବା ମନରେ ବିରସା ।

ବ୍ୟକ୍ତି ସ୍ଵାର୍ଥ ଜଳାଞ୍ଜଳୀ ଧରମାର ତ୍ୟାଗ
ବାର ଶହ ବଢ଼େଇ ଙ୍କ ଜୀବନ ସରାଗ
ତା ଶୋଣିତେ ଶିଳ୍ପୀ କଳା
ଦଧି ନଉତିର କାର୍ଯ୍ୟ, ଯେ ଲୁହ ପଖଳା ।

ସଂସ୍କୃତି ଧାରାର ଭାବ ବନ୍ଧିତ ଧରମା
ନିଜ ଜୀବନର ଆତ୍ମାହୁତି ସ୍ବକରମା
ନିଷ୍ପଳତା ମିଳେଇଲା
ଧରମାର ତ୍ୟାଗ କଥା ଲୁଚି ରହିଗଲା ।

ଭାରତ ସଂସ୍କୃତି ପୁଷ୍ପ ଯେ ଶିଳ୍ପୀ ଧରମା
ଛୋଟ ହୋଇ ବଡ଼ କାମ ଆହା କି ମହିମା
ଜ୍ଞାନ କୌଶଳ ପଟୁତା
ଦଧି ନଉତି ସତେ କି ଜୀବନର ଗୀତା ।

ଭାସ୍କର୍ଯ୍ୟ ଭୂଗୋଳ କୋଣାରକ ଶିଳା ସ୍ଥଳ
ନିହାଣ ରେ ବିଜ୍ଞାନ ଓ ଭୂଗୋଳର ଖେଳ
ବିଜ୍ଞାନ ର କଥା ଲେଖା
ମନସ୍ତତ୍ତ୍ୱ କଥା ବଖାଣୁଛି ଦିଏ ଶିକ୍ଷା ।

ଆଦିତ୍ୟଙ୍କ ଆରାଧନା ତ୍ୟାଗ ର ମହିମା
ଏ ଜାତିର କିମ୍ବଦନ୍ତୀ ଭବ୍ୟ ଅନୁପମା
ଚିରସ୍ମରଣୀୟ ବାର୍ତ୍ତା
ଧରମା ତ୍ୟାଗର ଗାଥା ପବିତ୍ର ସରିତା |
 


Rate this content
Log in

Similar oriya poem from Classics