STORYMIRROR

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ଏମିତି ସମାଜ ମିଳିବ କି?

ଏମିତି ସମାଜ ମିଳିବ କି?

1 min
316


ସମସ୍ତଙ୍କ ମନେ ଭରି ରହି ଥାଆନ୍ତା 

ଆପଣାପଣ

ନଥାନ୍ତା ସେଠାରେ ଅଶାନ୍ତି ଅନ୍ୟାୟ 

ଶୋଷଣ କଷଣ |୧|


ପରର ପରିଶ୍ରମ ଫଳକୁ ମାରି ନେଉ 

ନଥାନ୍ତେ କେହି

ଅନ୍ୟ ଖୁସିର ଚିନ୍ତନ ଓ ସୁସଙ୍ଗର ବ୍ୟକ୍ତି 

ଥାଆନ୍ତେ ରହି |୨|


ନଥାନ୍ତା ସେଠାରେ ଦୀନ ଦରିଦ୍ର ଉପରେ 

ଧନୀର ଭାଉ

ସରଳ ସ୍ବଭାବ ଉଦାର ଗୁଣ ଜଳୁଥାନ୍ତା 

ହୋଇ ଦାଉ ଦାଉ |୩|


ବାଜୁ ନଥାନ୍ତା ସେଠି ଖାଲି ନୀଚ 

ସ୍ୱାର୍ଥପରତାର ସାହାନାଈ 

ଅମର ପ୍ରେମର ବେଣୁ ସ୍ୱନଃ ଶୁଭୁ

ଥାନ୍ତା ସରବ କାନେ ରହି |୪|


ଛିଣ୍ଡାଉ ନଥାନ୍ତା ପ୍ରେମର ଡୋରକୁ 

ହୋଇ ପାଷାଣୀ

ଅବିଶ୍ୱାସର ବିଷ ବୁଣନ୍ତାନି ହୋଇ 

କେହି ମାୟାବିନୀ |୫|


ହୃଦୟରୁ କାହାକୁ ଭଲ ପାଇ ଭାବିଲେ 

ବନ୍ଧୁ ବୋଲି 

କହନ୍ତେନି କେହି ସେ ସ୍ତ୍ରୀ ଲୋକକୁ 

ଚରିତ୍ରହୀନା ବୋଲି |୬|


ଜୀବନଟା ଯେବେ ହସହସ କେବେ 

ପୁଣି ଲୁହର ଧାର,

ଭରସାର ସ୍ୱରେ ମଣିଷ ପୋଛି ଦେଉ

ଥାନ୍ତା ଲୁହ ଅନ୍ୟର |୭|


କରୁଥାନ୍ତେ ଅବଗାହ ଅଦ୍ଭୂତ ଅମୃତ 

ପ୍ରେମ ନଦୀ ତରଙ୍ଗରେ  

ନଥାନ୍ତା ଯୁଦ୍ଧର ଡ଼ର, କଟାନ୍ତେ ସମୟ 

ତୃପ୍ତ ମନ ହୃଦୟରେ |୮|



Rate this content
Log in

Similar oriya poem from Fantasy