STORYMIRROR

RAJANI KANTA SAHU

Tragedy Classics Fantasy

4  

RAJANI KANTA SAHU

Tragedy Classics Fantasy

କୁହୁଡି

କୁହୁଡି

1 min
400


ନଦୀ ପରେ ଶୋଇଥିବା କୁହୁଡିକୁ

ଯାଇ ଉଠେଇଥିଲି ସକାଳୁ ସକାଳୁ

            ପାଣିର ଶବ୍ଦରେ 

ଘାସରେ ଲାଗିଥିବା କାକର ଟୋପା

ସାଉଁଣ୍ଟି ଥିଲି ଆଞ୍ଜୁଳ 

          ଆଞ୍ଜୁଳ ଭରି,

ନଈର କୂଳ ରେ ନବ ପ୍ରସୁତ

ସୂର୍ଯ୍ୟ ଦେଖାହେବା ପରେ

ଘରକୁ ଫେରିଥିଲି 

          ରାତିକୁ ବିଦା କରି । 


ସାରା ରାତି ଭିଜିଥିଲା 

ଆକାଶ ବୀରହ ବିଳାପରେ,

ଭୋରରୁ ଭୋରୁ ଲାଗିଥିଲା ଜଳବିନ୍ଦୁ

ଗଛ ଲତା,ପତ୍ର,ଫୁଲ ପରେ

          ତାହାର ପ୍ରମଣରେ..

ରାତି ସାରା କାକର ଟୁପ ଟାପ

ଝରି ପଡିଥିଲେ ଭୂଇଁ ପରେ ଚୁପ ଚାପ 

ଶବ୍ଦ ଶୁଣିଥିଲି କାହାର ଝର୍କା ପାଖରୁ, 

      ସକାଳୁ ପାଇଥିଲି କିଛି ଲୁହ ନଈର ପଠାରୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy