STORYMIRROR

Chittaranjan Nanda

Classics Fantasy Others

4  

Chittaranjan Nanda

Classics Fantasy Others

ମାଆ ଗୋ, ଆସିବା ବେଳ ହେଲାଣି

ମାଆ ଗୋ, ଆସିବା ବେଳ ହେଲାଣି

1 min
406


ଆସିଛି ଶରତ ହସୁଛି ଧରଣୀ, ବରଷା 

ନେଇଛି ମେଲାଣି

ମାଆ ଗୋ ଦୁର୍ଗା ମାଆ ଆସ, ତୁମ ଆସିବା 

ବେଳ ହେଲାଣି ।


ଏବେ ଧବଳ ଦିଶେଟି ଫୁଲ ମାଳମଳ, ଫୁଲ 

କାଶତଣ୍ଡୀ ଫୁଟିଲାଣି, 

ମା ଜଗତ ଜନନୀ ଗୋ, କାରିଗର ପୁଅ ତୁମ

ରି ମୂରତି ଗଢ଼ିଲାଣି ।


ଆଶ୍ବିନ ମାସର ଶୁକ୍ଳପକ୍ଷ ଟିରେ ହେବ ଶାରଦା 

ପୂଜାର କର୍ମ କର୍ମାଣି

ମାଆ ଗୋ ସିଂହ ବାହିନୀ, ଆସିବେଟି ଧରା 

ଧାମେ, ସମୟ ଆସିଲାଣି ।


ପ୍ରଫୁଲ୍ଲ ହେବ ଟି ଜନ ମନ, ଭକ୍ତିର ପାର୍ବଣ 

ଆନନ୍ଦର ଧରାକୁ ଆସିଲାଣି, 

ଭକତଙ୍କ ପାଇଁ ଓହ୍ଲାଇ ଆସିବୁ ଧରାକୁ, ମା 

ଗୋ ସ୍କନ୍ଦମାତା କାତ୍ୟାୟନୀ ।


ଗାଆଁରେ ସହରରେ ସାଇ ଭାଇ ମାନେ 

ଏକାଠି ମେଳ ତ ହୋଇଲେଣି 

ଆସ ତୁମେ ମା ଗୋ ତୁମେ ପରା ଭୈରବୀ, 

ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ।


ଏବେ ସବୁରି ତୁଣ୍ଡରେ ତୁମେ, ତୁମ ପୂଜା 

ପାଇଁ କିଏ ନୂଆ ଶାଢ଼ୀ କିଣିଲାଣି

ମାଆ ଗୋ, ଗିରିସୂତା, ମହାଗୌରୀ ସିଦ୍ଧି

ଦାତ୍ରୀ, ପୂଜାର ବେଳ ହେଲାଣି ।


ସଭିଙ୍କର ଦୁଃଖ ଦୂର କରିବୁ ମା' ସୁଖ ଭରି

ଦେବୁ ସରବେ ମନେ ଆଶା ରଖିଲେଣି

ଅସୁର ସଂହାରି ମହୀ ଉଦ୍ଧାରିବୁ, ମାଆ ଗୋ, 

ତୁମ ଆସିବା ବେଳ ହେଲାଣି ।


Rate this content
Log in

Similar oriya poem from Classics