STORYMIRROR

sonalika Dash

Fantasy Children

4  

sonalika Dash

Fantasy Children

ବରଷା

ବରଷା

1 min
222

କୁନା କୁନି ମୁନା ଗୁଣ୍ଡୁରା ଚିକୁନା

    ମୋ ପାଖକୁ ଆସ ଧାଇଁ

କଳା ଆକାଶରୁ ଟୁପୁ ଟୁପୁ ମେଘ

    ଧରାକୁ ଦେଲା ଭିଜେଇ।

ସାଇତି ରଖିଛି ଆମ୍ବ ଟାକୁଆକୁ

    ତା ସାଥିରେ ମଞ୍ଜି କେତେ

ଗଛ ପାଇଁ ସବୁ ରାସ୍ତା କଡ ହେଉ

      ପଡିଆ ରହିଛି ଯେତେ।

ଛୋଟ ମଞ୍ଜିଟିଏ ବରଷା ପରଷେ

   ମହାଦ୍ରୁମ ହୋଇଯିବ

କାଳ କ୍ରମେ ସେହି ଛୋଟିଆ ଗଛଟି

    ଶୀତଳତା ଭରିଦେବ।

ଛୋଟି ବୋଲି କେବେ ନ ଭାବ ମନରେ

     ଛୋଟ ମଞ୍ଜିଟିଏ ପାଇଁ

ବାଲ୍ଯକାଳୁ ଯେବେ ଗଛ ଲଗାଇବ

    ଦେବ ସେ ଶୀତଳ ଛାଇ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy