STORYMIRROR

sonalika Dash

Inspirational Others

4  

sonalika Dash

Inspirational Others

ଏଇ ମୋର ଗାଁ

ଏଇ ମୋର ଗାଁ

1 min
354

ବେଳ ବୁଡି ଗଲା ସୁରୁଜ ଲିଭିଲା

                 ବିହଙ୍ଗ ବାହୁଡିଲା ବସାକୁ 

ଗାଇ‌ଗୋଠ ନେଇ ଜଗୁଆଳି ଭାଇ 

             ‌   ଫେରିଆସେ ମୋର ଗାଁ କୁ l

ସନ୍ଧ୍ୟା ଆଳତି ରେ ଗାଁ ମନ୍ଦିର ରେ 

                ଶୁଭେ ଶଙ୍ଖ ଘଣ୍ଟ ନାଦ 

 ମନ ନିଏ ଡାକି ଭାଗବତ ଟୁଙ୍ଗି

               ଗୀତା‌ ଭାଗବତ ପଦ l

ସେଇ ସଞ୍ଜ ବେଳେ ଲୁଚକାଳି ଖେଳ

               ଲାଗୁ ଥାଏ କେତେ ଭଲ 

ଥିଲେ ଯେତେ ଦୁରେ ମନ ସେତେ ଝୁରେ 

               ମୋ ଗାଁ ମୋ ପାଇଁ ଭଲ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational