STORYMIRROR

sonalika Dash

Classics Thriller Others

3  

sonalika Dash

Classics Thriller Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
164

ବିନ୍ଦୁଏ ରକ୍ତକୁ ଦେଇପାରିଲେ ହିଁ

       ସ୍ବାଧୀନ ଭାରତ ହେବ

ଆଜାଦ୍ ହିନ୍ଦ୍ ର ଫୌଜ୍ ଡାକରେ

      ଭାରତ ଦୁଲିକି ଯିବ ।


ଓଡିଆ ମାଟିରେ ଜନମ ନେଇ ସେ

       ଇଂରେଜ୍ ଥରେଇ ଦେଲା

ସ୍ବାଧୀନତା ପାଇଁ ଜୟହିନ୍ଦ୍ ଗାଇ

      ସଭିଁଙ୍କୁ ଏକାଠି କଲା।


ଜାନୁୟାରୀ ମାସ ତେଇଶ୍ ତାରିଖେ

      କଟକ ସହର ମାଟି

ପବିତ୍ର ହୋଇଲା ଓଡିଆ ବଜାରେ

      ଜନମିଲା ଯେଉଁ ଶିଶୁଟି।


ଶୈଶବ କାଳରୁ ଦୀନ ଜନ ପାଇଁ

      ଦେଇଥିଲା ଯିଏ ମନ

ବଡ ହୋଇ ସିଏ ଭାରତ ମାଆକୁ

    କରିବା ପାଇଁ ସ୍ବାଧୀନ।


ସେହି ସେ ନାୟକ ଭାରତ ଭୁଇଁରେ

     ନେତାଜୀ ନାମରେ ଖ୍ଯାତ

ଆଜିର ଦିବସେ ତାଙ୍କ ଗୁଣ ଗାଇ

      ସର୍ବେ କରୁ ମଥାନତ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics