STORYMIRROR

Prahallad Sahoo

Abstract Classics Fantasy

4  

Prahallad Sahoo

Abstract Classics Fantasy

ଜୀବନ କାଗଜ ଡଙ୍ଗା

ଜୀବନ କାଗଜ ଡଙ୍ଗା

1 min
262

ବିସ୍ତିର୍ଣ୍ଣ ସୀମାରେଖା -

ବୈଭବ ଭରା ସଂସାର -

ବାସ୍ତବିକ ଚିନ୍ତା ଓ ଚେତନା -

ଐକାନ୍ତିକତାର ହର୍ଷୋଲ୍ଲାସରେ ଆରମ୍ଭ ଜୀବନ ଯାତ୍ରା .....

ସତ୍ଯତା ଅନୁସନ୍ଧାନେ ଉତ୍କଣ୍ଠିତ ମନ ଓ ପ୍ରାଣ

ସାଶ୍ୱତ, ଚିରନ୍ତନ ସେ ବାଲ୍ୟାବସ୍ଥା ବାଲିର ଖେଳ

ଅଜ୍ଞତାପୂର୍ଣ୍ଣ ଖିଆଲି ମନ ରଚିଯାଏ ଅନଭିଜ୍ଞତାର ବୀରତ୍ବ।

ସପ୍ତ ରଙ୍ଗରେ ରଙ୍ଗାୟୀତ

ବୟସର ପ୍ରାରମ୍ଭିକ ଅବସ୍ଥା

ଉଡୁଥାଏ ମନ ଯୋଜନ ଯୋଜନ

ଲୋଭ, ମୋହ, ମାୟା, ମମତାର ଅନ୍ତରାଳେ

ପଲ୍ଲବିତ ସଦ୍ଦିଚ୍ଛାମୟ ଜୀବନ ବୃକ୍ଷ।।

ବିବର୍ଣ୍ଣ ଗୋଧୂଳି -

ବିବସ ଅପରାହ୍ନ -

ବିସ୍ମୃତିର ସଞ୍ଜ -

ଆଜି ସବୁକିଛି ଅର୍ଥ ହୀନ, ମୂଲ୍ଯ ହୀନ .....

ଖାଁ ଖାଁ ଖରାବେଳ ଜ୍ଵାଳାମୁଖୀ ପାଲଟିଛି

ଗୋଗୁଷ୍ଠ ଶୂନ୍ଯ, ହମାରଢୀ ଶବ୍ଦ ନିସ୍ତବ୍ଧ ହୋଇଛି

ଅବେଳରେ ସଞ୍ଜ ନଇଁ ଅନ୍ଧକାର ମାଡିଆସିଛି।

ବୟସର ଅପରାହ୍ନରେ

ଏମିତି ଏକ ବିସର୍ଣ୍ଣ ମୂହୁର୍ତ୍ତରେ

ରଙ୍ଗ କେମିତି ଯେ ଲାଗିବ

ଏ ଅବସନ୍ନ ମଣିଷ ରୂପୀ

ଅସ୍ଥି କଙ୍କାଳମୟ ଶରୀରଟାରେ??

ବିସ୍ମିତ ଅବସ୍ଥିତି -

ବିସ୍ତୃତ ପ୍ରଦର୍ଶନ -

ବିକଳ୍ପ ଅସମ୍ଭବ -

କନା ପଡିରହିଛି, ହେଲେ କର୍ପୂର ଉଡ଼ିଯାଇଛି

ବେରଙ୍ଗ ସାଜିଛି ଏ ରଙ୍ଗର ଚାନ୍ଦୁଆଟା

ଐଶ୍ଵର୍ଯ୍ୟର ଅତୀତ ଆଜି କିଂକର୍ତ୍ତବ୍ଯବିମୁଢ

ଅଣଆୟତ୍ତ ଶରୀର ମଧ୍ଯରେ ଅସ୍ଥିର ଆତ୍ମା।

ବାକି ଯାହା କେବଳ ନବକଳେବର

ଶେଷ ବିକଳ୍ପ ସପ୍ତ ରଙ୍ଗରେ ଆଚ୍ଛାଦିତ 

ଛ ଖଣ୍ଡ କାଠର ଶେଷ ସବାରି

ଘଟ ଆଉ ତୁଠର ନଥିବ ଫରକ

ପ୍ରକୃତ ସତ୍ଯର ହେବ ଉନ୍ମୋଚନ 

ଆଶ୍ଚର୍ଯ୍ୟଜନକ ହେଲେ ବି ଚିରନ୍ତନ ସତ୍ଯ।।

ଏ ଜୀବନଟା ତ ଗୋଟିଏ କାଗଜ ଡଙ୍ଗା

ସମୟର ଶୁଅରେ ଭାସି ଭାସି ଚାଲିଥାଏ,

ଉତ୍ତାଳ ତରଙ୍ଗ ମାଳାରେ କେତେବେଳେ 

ଧକ୍କା ଖାଇ କୂଳ କିନାରା ପାଇଯାଏ ତ 

ପୁଣି ବେଳେବେଳେ ବେସାହାରା ହୋଇ

ଶୁଅ ମୁହଁର ପତ୍ର ପରି ଭାସିଯାଏ।।



Rate this content
Log in

Similar oriya poem from Abstract