STORYMIRROR

Akshayakumar Dash

Action Fantasy Inspirational

4  

Akshayakumar Dash

Action Fantasy Inspirational

ଶୀତ

ଶୀତ

1 min
239


ଧାନ ବିଲ ପଟୁ ମଫସଲ ଆଡୁ

ଧାଇଁ ଆସେ ଶୀତ ଅଜା,

ଫୁଙ୍ଗୁଳା ଦେହକୁ ଚାଦର ଚାହୁଁଛି

ଏବେ ଗରମ କୁ ମଜା।


ପାଣିକୁ ଛୁଇଁଲେ ଛେଳି ପରି ଏବେ

ସବୁଆଡେ ଥଣ୍ଡା ପଶେ,

ଗଛକି ପତର ଫୁଲ ଫଳ ଭରା

ସୁନା ପରି କ୍ଷେତ ହସେ।


କାକର ସକାଳ ନରମ ଖରାରେ

ଦିନ ଛୋଟ ଶିଶୁ ପରି,

ଏବେ ରାତି ବଡ଼ କୋଳରେ ନିଦକୁ

ଡାକିଆଣେ ମନ ଭରି।


ପନିପରିବାର ପସରା ମେଲେଇ

ଇସାରା କରୁଛି ଧରା,

ଆହାର କରିବା ପାଇଁ କୋବି ମୂଳା

କ୍ଷେତ ବାଡ଼ି ଘର ଭରା।


ଦୀପାବଳି କାଳୀ ପୂଜା ଘର ସଜା

ଝିକିମିକି ଲିଚୁ ମାଳ,

କରୋନା ମାତିଛି ନିବାରଣ ବାଣ

ହୁସିଆର ହେବା ଚାଲ।


କାର୍ତିକ ଚଉରା ମୁରୁଜ ଉପରେ

ଆକାଶ ଦୀପ କୁ ଜାଳି

ସପତା ବସେଇ ହରି ନାମ ଗାଇ

ମେଳା ମଉଛବ ପାଳି।


ଆଇବ ଅଷ୍ଟମୀ ପଢ଼ୁଆଁ ପରବ

ବସିବ ଅଧାର ହାଣ୍ଡି

ଏଣ୍ଡୁରି ପିଠାରେ ମହକିବ ମୁଖ

ବଂଧୁ ବାନ୍ଧବ କୁଁ ବାଣ୍ଟି ।


ମଗୁସୁର ଯେବେ ପସିବ ଗାଁ କୁ

ଝୋଟି ଛାଟିଦେବା ଘରେ

ଲକ୍ଷ୍ମୀ ଠାକୁରାଣୀ ଗୁରୁବାର ମାଣ

ପୁଜିବା ଖଟୁଲି ପରେ ।


ବାଘ ପରି ଶୀତ ଗ୍ରାସିବାକୁ ଥିବ

ପଡିବ ସୁରୁଜ ପୂଜା

ଖଜା ଗଜା ସବୁ ବଢ଼ାହେବ ତେବେ

ଆସିଗଲା ଶୀତ ରଜା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action