ଜୀବନ ତରୀରେ ଅଛିକି ନାବିକ
ଜୀବନ ତରୀରେ ଅଛିକି ନାବିକ
ଅନେକ ତପ ଓ ସିଦ୍ଧି ବଳେ,
ଜନମ ମାନବର ମହୀତଳେ ।
ସଦା ସମ୍ମୁଖୀନ ଜନ୍ମ ମୃତ୍ୟୁର
ଭଙ୍ଗୁର କ୍ରୀଡନକ ସଂସାରର ।
ପଥରେ ଦୋଦୁଲ୍ଯମାନ ସ୍ଥିତି
ଆତଯାତ ହୁଏ ଖୋଜିଣ ତୃପ୍ତି ।
ନାବଟିଏ ପରି ଗତି ସେ ନଈରେ
ଢ଼ଳି ଢଳି ଭାସେ ଦୁଃଖ ସୁଖରେ ।
ଥଳକୂଳ ନାହିଁ ନୌକାର ମଙ୍ଗରେ
ତା ନାବିକ ଅଦୃଶ୍ୟମାନ ଅଟେରେ ।
କିଏ କହେ ଅଦୃଶ୍ୟ ପାପ ଆଖିକୁ
ନାବିକ ବସିଛି ଗୁପ୍ତରେ ଜଗତକୁ ।
କିଏ କହେ ଦିବ୍ୟ ଜ୍ଞାନ ଥିଲେ ପାଇ
ନାବିକକୁ ଯିଏ ଦର୍ଶନ କରିବ ଯାଇ ।
ନାବ ମଧ୍ଯେ ଥିବା ସରବ ସୁବାଟୋଇ
ସ୍ବର୍ଗକୁ ପରା ସେମାନେ ଯାଆନ୍ତି ଥାଇ ।
ନାବ ମଧ୍ଯେ ଥିବା ସରବ ପାପୀ ଲୋକ
ନର୍କଗାମୀ ହୁଅନ୍ତି ଯେତେ ସବୁ କୁପଥିକ ।
କାମନାଗ୍ରସ୍ତ ଓ ମୋହଗ୍ରସ୍ତ ମଣିଷ ହେଲେ
ଅଶାନ୍ତ ହୁଅନ୍ତି ସେମାନେ ତୃପ୍ତିର ଅପ୍ରାପ୍ତରେ ।
ମଣିଷ ଅତୀବ ସ୍ୱାର୍ଥରେ ହୁଏ ଲୋଭଗ୍ରସ୍ତ
ଅତି ଲୋଭରୁ ମଣିଷ ହୁଏ ତ ପଥଭ୍ରଷ୍ଟ ।
ଆହୁଲା ମାରୁଛି ମଙ୍ଗେ ଭାବଗ୍ରାହୀ ଯେବେ
ପ୍ରଶ୍ନ ଉଠେ ମଣିଷ କିଆଁ ହେବ ପଥଭ୍ରଷ୍ଟ ତେବେ ।
ଈଶ୍ବର ପରା ଅଟନ୍ତି ଅବ୍ଯକ୍ତ ଓ ଅବର୍ଣ୍ଣନୀୟ
ଗର୍ବ ନୂହେଁକି କହିବା ମୋତେ ହୋଇଛି ଦର୍ଶନୀୟ ।
