STORYMIRROR

padmaja pati

Fantasy

4  

padmaja pati

Fantasy

ରୂପ

ରୂପ

1 min
420

ରୂପ ରେଖ ନାହିଁ ହୋଇ ଶୂନ୍ୟଦେହୀ

ଈଶ୍ୱର ତ ନିରାକାର

କହୁଅଛ ଯାହା ହେ ପୂଜକ କିନ୍ତୁ

ସାକାରେ ତ୍ୟାଗ ନ କର।


ରୂପ ମଧ୍ୟେ ବିରାଜିତ ହୋଇ ଅନ୍ତରରେ

ସାକାର ଅଛନ୍ତି ହୋଇ

ପିଣ୍ଡ ବ୍ରହ୍ମାଣ୍ଡରେ ଅବ୍ୟକ୍ତ ଭାବରେ

ଅଦୃଶ୍ୟ ରୂପରେ ରହି।


ଜଡ଼ କିବା ଜୀବ ଅଛନ୍ତି ସବୁରି

ଭିତରେ ନୋହି ପ୍ରକଟ

ରହସ୍ୟମୟ ସେ ନାହିଁ ଆଦି ଅନ୍ତ

ଅନାଦି ନାମେ ପ୍ରଘଟ ।


ମନ୍ଦିର ପ୍ରାୟେକ ପ୍ରତି ରୂପ ସିନା

ଶାଶ୍ଵତଙ୍କର ଆସନ

ଆଭ୍ୟନ୍ତରେ ତା'ର ବିଜେ ମହଯୋଗୀ

ମୃତ୍ୟୁଞ୍ଜୟ ଧ୍ୟାନେ ମଗ୍ନ।


ସବୁ ସୁଷମାର ସେହି ଅଧୀଶ୍ଵର

ଅଲୌକିକ,ମୂଳାଧାର

କେତେ କେତେ ରୂପେ ହୋଇ ପ୍ରକଟିତ

ବର୍ଣ୍ଣଛଟାର ସମ୍ଭାର।


କେତେ ଯେ ଆକୃତି କେତେ ରଙ୍ଗେ ଉଭା

ଦେଖୁ ଗୋଲାପ ଫୁଲକୁ

ପାଖୁଡ଼ାଟି ପରି ଏ ସୁନ୍ଦର ଧରା

ବାଧ୍ୟ ହୁଏ ଫୁଟିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy