ଗଣତନ୍ତ୍ର, ଗଣଙ୍କ ସୁରକ୍ଷା ପାଇଁ
ଗଣତନ୍ତ୍ର, ଗଣଙ୍କ ସୁରକ୍ଷା ପାଇଁ
ଚାଲ ଗଢ଼ିବା ଆମେ ପ୍ରେମର ନଅର
ନଥିବ କାହାର ଯେଉଁଠି ଲୁହର ଝର ।
ନଥିବ ସେଠି କିଛି ଚିହ୍ନ ଅତ୍ୟାଚାରର
ଚିହ୍ନହୀନ ଦମନ କଷଣ ଓ ଶୋଷଣର ।
ନରହିବ ଭୟ ଲାଠି ବେଠି ଗୋଇଠାର
ଶ୍ରମିକର ଶ୍ରମକୁ ଅନ୍ୟ କେହି ଲୁଟିବାର ।
ଖଟିବେ ସମସ୍ତେ ମଣିଷ ପଣିଆ ନେଇ
ଲାଠି, କୋରଡା, ଗୁଳି ବାରୁଦ ନଥାଇ ।
ସ୍ୱରରେ ସ୍ୱର ମିଳାଇ ଗାଇବା ଗୀତି ପ୍ରୀତିର
ଭରି ଦେବା ରାଗ ଓ ରାଗିଣୀ ଛନ୍ଦ ସୁର ।
ପ୍ରଜା ପାଳିବା ଶାସକର ଧର୍ମ ରହିଥିବ
ସେ ରାଜ୍ୟରେ ଦରିଦ୍ର୍ୟ କେହି ନଥିବ ।
ଏହା ତ ଗଣତନ୍ତ୍ର, ଗଣଙ୍କ ସୁରକ୍ଷା ପାଇଁ
ଗଣଙ୍କର ମତ ଓ ହିତ, ଭେଦଭାବ ନାହିଁ ।
ଚାଲ ହଜି ଯିବା, ଆଉ ଥରେ ମଜ୍ଜିଯିବା
ଆଦିମ ସଭ୍ୟତାର ଚିହ୍ନକୁ ପୁଣି ସାଉଁଟିବା ।
