STORYMIRROR

Sagar Kumar Parida

Fantasy

4  

Sagar Kumar Parida

Fantasy

ଶରଦାଗମ

ଶରଦାଗମ

1 min
296

ଭରା ଭାଦ୍ରବର ଅର୍ଘ୍ୟଥାଳି ଘେନି

ଶରତର ଆଗମନ,

ଜଳ ଦର୍ପଣରେ ଶୁଭ୍ର ମେଘ ଛବି

କି ସୁନ୍ଦର ଅପଘନ ।


ବିହଙ୍ଗମ ଦଳ କଳଧ୍ୱନି ରବେ

ଦିଗ୍ ବଳୟ ମୁଖରିତ,

କାଶତଣ୍ଡି ଫୁଲେ ଧବଳ ବିଭାରେ

ଧରଣୀ ରାଣୀ ଶୋଭିତ ।


ନବ କୁସୁମିତ ଲତିକା ମରୁତେ

ନୃତ୍ୟଙ୍ଗନା ପରି ଦିଶେ,

କେଦାରେ କେଦାରେ ହରିତ ସୁଷମା

ଲହରି ମରତେ ଭାସେ ।


ଗଙ୍ଗ ଶିଉଳିର ଶୋଭା ମନଲୋଭା

ବାସ୍ନା କରେ ଆମୋଦିତ

ସରସୀ ଜଳରେ ନୀଳ କଇଁ ଶୋଭା

ମନେ କରେ ଆନନ୍ଦିତ।


ସଂଧ୍ୟା ଆଗମନେ ଆକାଶ ଦେଶରେ

ସୁଧାକର ଆତଯାତ

ବଉଦଙ୍କ ସହ ଲୁଚୁକାଳି ଖେଳ

କଇଁ ସଙ୍ଗେ ପ୍ରେମେ ମତ୍ତ।


ମାଆ ଦଶଭୁଜା ହେବେ ଆର୍ବିଭୁତା

ପାପୀଙ୍କ ବିନାଶ ପାଇଁ

ଭକ୍ତ ଦୁଃଖୀ ଦୁଃଖ ହେବ ନିବାରଣ

ମାଆ ଆର୍ଶୀବାଦ ପାଇ ।


ଶରତ ସମୟ ଅତୀବ ଉତ୍ତମ

କରେ ମାନବ କଲ୍ୟାଣ

ଶରତ ୠତୁରେ ପ୍ରକୃତି କରଇ

ମାଆଙ୍କର ଆବାହନ ।


ସ୍ୱାଗତ କରୁଛୁ ମାଆ ଶକ୍ତିମୟୀ

ପାର୍ବଣରେ ଆସୁଥାଅ

ପାପୀ ଅତ୍ୟାଚାରୀ ମୁଖେ ବୋଳି କାଳୀ

ଭକ୍ତଗଣେ ସାହାହୁଅ ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy