STORYMIRROR

Usharani Sahoo

Fantasy

4  

Usharani Sahoo

Fantasy

ଵନ୍ଧୁତା

ଵନ୍ଧୁତା

1 min
234


ଵନ୍ଧୁ ତ ବିଶ୍ୱାସ ବନ୍ଧୁ ତ ସାହାସ

ବନ୍ଧୁ ମୂଲ୍ୟ ପବିତ୍ରତା

ଈଶ୍ୱରଙ୍କ ସିଏ ଅମୂଲ୍ୟ ଦାନଟେ

ପାଶେ ଥାଏ ନିଵିଡତା ।


ସୁଖରେ ଦୁଃଖରେ ସାଥୀ ହୋଇଥାଏ

ନ ରଖି ମନରେ ଦ୍ୱନ୍ଦ

ଅନ୍ତର କୋହକୁ ସିଏ ବୁଝିଥାଏ 

ଦେଖାଏ ଯେ ସ୍ନେହ ଭାଵ ।


ପାଖରେ ହେଉ କି ଦୂରରେ କି ହେଉ

ଵିପଦରେ ଧାଇଁ ଆସେ

ଉଚ୍ଚନୀଚ ଜାତି ମନରେ ନ ରଖି

ଦୁଃଖେ ଦୁଃଖୀ ସୁଖେ ହସେ ।


ହୃଦୟ ମଧ୍ୟରେ କପଟ ନ ଥାଏ

ଥାଏ ସ୍ନେହ ପ୍ରେମ ହସ

ବନ୍ଧୁତ୍ୱ ସମ୍ପର୍କ ଅଭୁଲା ସ୍ମୃତିଟେ

ଯାହାର ନ ଥାଏ ଶେଷ ।


ପରସ୍ପର ମଧ୍ୟେ ଭରସା ବିଶ୍ୱାସ

ଵଢୁଥାଉ ସ୍ନେହ ପ୍ରେମ ।

ଅମଳିନ ହେଉ ଆମର ବନ୍ଧୁତ୍ୱ

ରହିଥାଉ ଚୀର ଦିନ ।



Rate this content
Log in

Similar oriya poem from Fantasy