STORYMIRROR

SUSMITA MISHRA

Fantasy

4  

SUSMITA MISHRA

Fantasy

ବାଃ ବାଃ ରାମଜୀ ,କ୍ୟା ଜୁଡ଼ି ବନାଇ

ବାଃ ବାଃ ରାମଜୀ ,କ୍ୟା ଜୁଡ଼ି ବନାଇ

1 min
217


କହେମି ଗୁଟେ କଥାଟେ,ହଁସବ ନାଇଁ

କେହିଟେ ,

ଆମର ଘର ପାଖେ ଅଛେ ,କଣାଵୋଧ ଵୋଲି ଲୋକଟେ,

ଲୁଦୁରୁ ଭୁସକୁ ,ଟିକେ ଛୁଟାଟେ ,

ଦିନ ଥାଉନ ଥାଉନ, ଛାପକୀ ଟାନି,

ଢୁନେଇ ହେସି,

ସେ ଆଏ ଦିନ କଣା ଟେ,ଦିନ କଣା ଟେ ।

ତାର କନିଆଁ ଚନ୍ଦ୍ରମୁଖୀ,ବିଲେଇ ଘଂଟି ତାଲ ସୁଆଁଟି,

କଥା କହୁ କହୁ ଲାଲ ଥିପସି,

ଖେନେଇ ଖେନେଇ କଥା କହେସି,

ଜନ କେ ଦେଖ ବେଲେ, ବେଲ କେ ଦେଖସି,

ସେ ବଢେ ଟେରିଟେ,ସେ ବଢେ ଟେରିଟେ,

ବାଃ ବାଃ ରାମଜି ,କ୍ୟା ଜୁଡି ଟେ ।

କିଏ ଗୁଟେ କହିଦେଲା ଯଦି ଟେରିକେ,

କାଁ ହେଲା ଯେ ତୋର ବର,

ବେଲବୁଡ଼ଲେ କାନା ଢୁନେଇ ହେଇଥିସି ରେ,

ସେ ସୁନ୍ଦିରି ,ବଢେ ଚାବିରି,

ମାରବାର ଲାଗି କୁଦାସି, ଧରି ଗଖା 

ମେରହା ଟେ ।

ରାଏତ ହେଲେ ,ତାକର ଘରେ ଯାତରା ଲାଗସିରେ,

ମହୁଲି ନିଶାର ସାଙ୍ଗେ ,ଗୀତ ଗାଇ ନାଚସନ,

ନାଚି ନାଚି ହାଲିଆ ହେଲେ,ତୁଇ ତାକର ହେଇ,

ମୁଡ଼ ଫଟାଫଟି ହେସନରେ, ମୁଡ଼ 

ଫଟାଫଟି ହେସନ।

ଦିଅର ନନ୍ଦ ଖେଚଡ କରି ,ପଚରେଇ ଦେଲେ,

କାଁ ହେଲାରେ ବହୁ ,ତୁମର ଘରେ 

ରାଏତ ହେଲେ ,ଲାଗସି ପଲା ରେ,

ହସି କରି,ଖେନେଇ ଖେନେଇ,

ଟେରି କହେସି, ଧୁରରେ ----- ,

ଆମର ଭିତରେ ସୁରତା ହେଉଥିସି,

ତୁମେ କାହୁଁ ଜାନବ ତାର ମଜାଟେ ,

ବାଃ ବାଃ ରାମଜୀ, କ୍ୟା ଜୁଡିଟେ ।

ହେତିର ଲାଗି ବଡ଼ଲୁକେ କହେସନ,

ବର କନିଆଁ ର ଗାଲି,ଦାଣ୍ଡର ଧୁଲି,

ଯେତେ ଗାଲି ରାଏତ ସର୍ତା ହେଉଥାଉନ୍,

ତେଲି ତେଲେନ୍ ଗୁଟେ ହେଇ ଯାଏସନ୍ ରେ ,

ଯେନ୍ ଉଫଲା ପଡ଼ସି ମଝିଥି ତାକର ଭାଇ,

ପିରୁଆ ଲେଖେ ଛିଟକି ଦୂରେ ଯାଇ ପଡ଼ସନ୍ ରେ ।

ବାଃ ବାଃ ରାମଜୀ କ୍ୟା ବର କନିଆଁ ବନାଇ,

ଯେତେ ଯାହା ହେଲେ ଏକ ଆରକେ ସାଙ୍ଗେ,

ସେମାନେ ଜୀବନ ଯାକର ମିଶି କରି ସଙ୍ଗେ ରହେସନ ରେ,

ଇଟା ତ ଆମର ଭାରତୀୟ ସଂସ୍କୃତିର ବଡାଇ ରେ,

ବାଃ ବାଃ ରାମଜୀ ଜୁଡି କ୍ୟା ବନାଇ ରେ,ବନାଇ ରେ।


Rate this content
Log in

Similar oriya poem from Fantasy