STORYMIRROR

Arun Kumar Meher

Abstract Fantasy

4  

Arun Kumar Meher

Abstract Fantasy

ବନ୍ଧୁ ହେବ ତ ଏମିତି

ବନ୍ଧୁ ହେବ ତ ଏମିତି

1 min
232


ଛୋଟରୁ ଆଜି ଯାଏ ଆମେ ହୋଇଛୁ

ସୁଖ ଦୁଃଖ ଦିଆ ନିଆ

ବନ୍ଧୁ ପରି ବନ୍ଧୁ ଟିଏ ପାଇଛି ମୁଁ

ଜାଣିଛି ସାରା ଦୁନିଆ ।।


ଦୁଃଖ ସମୟରେ ଠିଆ ହୁଏ ଆସି

ସିଏ ମୋ ପ୍ରକୃତ ବନ୍ଧୁ

ସବୁ ପରିସ୍ଥିତିରେ ପାଖରେ ଥାଏ 

ସିଏ ମୋ ଧୈର୍ଯ୍ୟର ସିନ୍ଧୁ ।।


ମୋ ମନର ଭାବନା ବୁଝିଛି ସିଏ

ମୋତେ ସେ ବୁଝାଇ ଥାଏ 

ପ୍ରତି ମୁହୂର୍ତ୍ତରେ ସାହାସ ଯୋଗାଇ 

ପାଖରେ ମୋ ଠିଆ ହୁଏ ।।


ଜୀବନରେ ଆଜି କିଛି ନାହିଁ ମୋର 

ବନ୍ଧୁ ଏକା ମୋ ନିଜର

ଭଲ ପାଇବା ଦେଇ ବନ୍ଧୁତା କରିଛି

କରିବିନି କେବେ ପର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract