ବନ୍ଧୁ ହେବ ତ ଏମିତି
ବନ୍ଧୁ ହେବ ତ ଏମିତି
ଛୋଟରୁ ଆଜି ଯାଏ ଆମେ ହୋଇଛୁ
ସୁଖ ଦୁଃଖ ଦିଆ ନିଆ
ବନ୍ଧୁ ପରି ବନ୍ଧୁ ଟିଏ ପାଇଛି ମୁଁ
ଜାଣିଛି ସାରା ଦୁନିଆ ।।
ଦୁଃଖ ସମୟରେ ଠିଆ ହୁଏ ଆସି
ସିଏ ମୋ ପ୍ରକୃତ ବନ୍ଧୁ
ସବୁ ପରିସ୍ଥିତିରେ ପାଖରେ ଥାଏ
ସିଏ ମୋ ଧୈର୍ଯ୍ୟର ସିନ୍ଧୁ ।।
ମୋ ମନର ଭାବନା ବୁଝିଛି ସିଏ
ମୋତେ ସେ ବୁଝାଇ ଥାଏ
ପ୍ରତି ମୁହୂର୍ତ୍ତରେ ସାହାସ ଯୋଗାଇ
ପାଖରେ ମୋ ଠିଆ ହୁଏ ।।
ଜୀବନରେ ଆଜି କିଛି ନାହିଁ ମୋର
ବନ୍ଧୁ ଏକା ମୋ ନିଜର
ଭଲ ପାଇବା ଦେଇ ବନ୍ଧୁତା କରିଛି
କରିବିନି କେବେ ପର ।।
