STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

ବର୍ଷା ଭାବନା

ବର୍ଷା ଭାବନା

1 min
417

      

ଆଷାଢ଼ ଶ୍ରାବଣ    ବରଷା ଭିଷଣ 

     ଆସିଥାଏ ମଉସୁମୀ,

କଳା ମେଘ ମାଳା  ନଭ ଦିଶେ ତୋରା

    ହସେ କି ପ୍ରକୃତି ରାଣୀ;

ତେମନ୍ତେ ସବୁଜ    ରଙ୍ଗେ ସଜବାଜ

    ବିଜୁଳି ଜାଳ ରୋଷଣୀ,

ଘେନି ବର୍ଷା ରାଣୀ   ଉଭା ହୋଇଲାଣି

     ଉତ୍ଫୁଲ୍ଲ ହୁଏ ମେଦିନୀ ।।


   ପଡିଲାଣି ଇନ୍ଦ୍ର    ଧନୁ ମନ୍ଦ ମନ୍ଦ

      ପବନ ସଙ୍ଗେ ବରଷା,

   ଅହରହ ନୃତ୍ୟ     କରେ ଅବିରତ

       ଆର୍ଦ୍ର,କର୍ଦମାକ୍ତ ରସା;

   ବେଙ୍ଗୁଲୀ ର ରବ   ଖଦ୍ୟୋତ ଆଲୋକ

      ଦୃଶ୍ୟ ଆଛନ୍ନ କଲାଣି, 

  ରିମି ଝିମି ତାଳେ  ତାଳେ ନୃତ୍ୟ ରୋଳେ

      ବନେ କେକା ରାବିଲେଣି ।।


କଦମ୍ବ କାନନ  ଦିଶେ ଶୋଭାବନ

  ଫୁଟେ ବାସ ଚହଟାଇ,

ଫୁଲରେ ଭ୍ରମର  ହୋଇଣ ଅଧୀର

   ମହୁ ବିସି ପିଉଥାଇ;

ରଙ୍ଗଣୀ ଫୁଲରେ  ଚହଟେ ଚୌଦିଗ

  ସେଫାଳୀ କୁସୁମ ଘେନି,

ଶ୍ରାବଣେ ମୌସୁମୀ  ନାମତା ଶ୍ରବଣୀ

  ମେଘ ରୂପେ ବର୍ଷାରାଣୀ ।।


  କେଦାରେ ହସଇ  ଅଙ୍କୁରିତ ହୋଇ

   ଶ୍ୟାମଳ ଶଶ୍ୟ ଶାଳିନୀ, 

  ଛନଛନ ରୂପ   ଦେଖିଣ କୃଷକ

   ଚିତୋଇ ପିଠା କଲାଣି;

 ଚିତୋଉ ଅମା’ସ୍ୟା ଢାଳୁଛି ବରଷା

   ନଦୀ କୂଳ ଖାଇଲାଣି,

 ବଢୀ ପାଣି ମାଡି  ଆସେ ଘୋର ରଡି

   ସ୍ରୋତ ବହଇ ଉଜାଣି ।।


କଳକଳ ନାଦେ  ଝରଣା ଶବଦେ

   ବନଭୂମି ଉଛୁଳିଲା,

ନବ ପଲ୍ଲବିତ   ବନାନୀ ପାଦପ

  ଫୁଲେ ସୁନ୍ଦର ଦିଶିଲା;

ଦାରୁଣ ନିଦାଘ  ଭୁଲାଇଲା ମେଘ

  ଶୀତଳିତ ବର୍ଷା ପାଣି,

ସରୀସୃପ ଜଳ  ଚର ଦଳଦଳ

 ମାଟିରୁ ଜନ୍ମ ହେଲେଣି ।।


  ବର୍ଷା ଋତୁ ଚକ୍ରେ  ଧରଣୀର ବୁକେ

    ଏମନ୍ତେ କରଇ ଖେଳ,

  ଜଗତର ହୀତ ପାଇଁ ଲୋକ ତାତ

    ରଚିଛନ୍ତି ବର୍ଷା କାଳ;

 ଧନ୍ୟ ମହାପ୍ରଭୁ  ଧନ୍ୟ ମହାବାହୁ

    ତୁମେ ସକଳ କାରେଣୀ,

 ତୁମ ପାଇଁ ଧନ୍ୟ  ମଣେ ମୋ ଜୀବନ

   (ମୁଁ) ଧନ୍ୟ ଏମାଟିରେ ଜନ୍ମୀ ।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy