STORYMIRROR

Jayashree Das

Fantasy

3  

Jayashree Das

Fantasy

ମରୀଚିକା

ମରୀଚିକା

1 min
177


ଷୋଳ ଫଗୁଣ ର ଅଳସୀ ସଞ୍ଜରେ,

  ଯେବେ ତୁମେ ଦେଖାହେଲ

କୃଷ୍ଣଚୂଡ଼ା ରଙ୍ଗ ତନୁରେ ତୁମର,

  ପାଦ ଚିପି ଚିପି ଚାଲୁଥିଲ।


ଓଠରେ ତୁମର ଇନ୍ଦ୍ରଧନୁ ରଙ୍ଗ,

  ଚାହାଣୀରେ କଥା କହୁଥିଲ

ହୃଦୟ ମୋହର ଶତ ବୁଂଶ୍ଚିକର,

   ଦଂଶନ ରେ ହେଲା କଲବଲ।


ହସ ରୁ ଝରାଇ ମତୁଆଲା ମଧୁ,

  ନିଶା ଜର ଜର କରିଦେଲ

କଥା ନୁହେଁ ସେତ ପିକ କୁହୁତାନ,

   ମନ ଚୋରି କରି ନେଇଥିଲ।


ହେ ନୀଳନୟନା ଭ୍ରୂଲତା ନଚାଇ,

   ମୋହିନୀ ଇସାରା ଦେଇଦେଲ

ହୃଦୟ ବେଳାରେ ଶତ ସାଗରର,

   ପୁନେଇଁ ର ଉର୍ମି ଉଠାଇଲ।


ଭାସିଗଲି ମୁହିଁ ତୁମରି ପ୍ରେମରେ,

   ଭୁଲିଗଲି ସବୁ ଥଳକୂଳ।

ହୃଦ ସିଂହାସନେ ରାଣୀ ସଜାଇଲି,

  ହେଲେ ମରୀଚିକା ତୁମେ ଥିଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy