STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ଶୀତ ଆଣି ଦିଏ ଖୁସି

ଶୀତ ଆଣି ଦିଏ ଖୁସି

1 min
173

ହେ ଶୀତ, ତୁମରି ପହିଲି ପରଶେ

କାହିଁ କେତେ ସମ୍ଭାବନା ମନ ପ୍ରାଣ ହରଷେ

ପ୍ରକୃତିର ନୈସର୍ଗିକ ସମ୍ଭାବ୍ଯ ତୁମର ପ୍ରଭାବ

ତନୁ ମନ ହୁଏ ଉଚ୍ଛନ୍ନ ଲଭିବାକୁ ତୁମ୍ଭ ପରଶ

ସୁସ୍ଥ ସହଜ ବୋଧଗମ୍ୟ ତୁମର ପ୍ରକୋପ

ବଡ ଅଭିମାନୀ ତୁମେ ଭାରି ଅନୁପମ।


ହିତକାରୀ ଶୀତର ଶର୍ବରୀ ମନ ଖୁସି ହୁଏ 

ସମସ୍ତଙ୍କ ମନେ ପ୍ରୀତିପ୍ଳୁତ ଉନ୍ମାଦଗ୍ରସ୍ତ

ଭାରି କୁତୁକୁତିଆ ସେ ଯେବେ ଚୁମି ଯାଏ

ଅସ୍ତ ବ୍ୟସ୍ତ ହୁଏ ଜିନ୍ନଶୀର୍ଣ ପିନ୍ଧା ବସ୍ତ୍ର ।


ସଙ୍ଗୀତର ପଞ୍ଚମ ସ୍ବର ପରି ସେ ମଧୁର

ଋତୁ ମଧ୍ୟେ ମଧୁମୟ ପଂଚମ ଋତୁ

କାର୍ତ୍ତିକର ଶେଷେ ମାର୍ଗଶୀର ପ୍ରବେଶେ

ଝରିପଡ଼େ ଶୀତର ଫୁଆରା ତନୁ ମନୁ ।


ବିଦଗ୍ଧ ତନ୍ଦ୍ରାଲୋକର କାକର ବିନ୍ଦୁ ଆଶୁ ସମ

ଝରୁଥାଏ ସମ୍ଭାବ୍ଯ ତପନ ହେବ ତାର ପତନ

ବାଳ ରବି କିରଣରେ ଝଲସିତ ସେ ହୀମ ମାନ 

ମନ ଖୁସି ହୁଏ ଦେଖି ଗିରି ତରୁ ଲତା କାନନ ।


ସ୍ବଛ୍ଛ ନିର୍ମଳ ଆକାଶେ ନଥାଏ କେବେ ମେଘର ରୋଷଣୀ

କାଣିଚାଏ ନିଆଁର ଧୂମ୍ର ଛିଟାରେ ପ୍ଳାବିତ ହୁଏ ଧରଣୀ

କଅଁଳିଆ ଖରା ପରାଣ ପସରା ଅନ୍ଧ ର ଲହୁଡି ସତେ

ମନ ମୋହି ନିଏ ଦିନ ବି ସରିଯାଏ ସଞ୍ଜ ଲହଡି ମାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance