STORYMIRROR

Anjana Naik,Anju..Deogarh

Classics Fantasy

3  

Anjana Naik,Anju..Deogarh

Classics Fantasy

ସ୍କୁଲର ପିଲାମାନେ

ସ୍କୁଲର ପିଲାମାନେ

1 min
199

 


ଯେତେବେଳେ ସ୍କୁଲ ପ୍ରାରମ୍ଭ କାଳର

ଲମ୍ବା ଘଣ୍ଟା ବାଜେ

ଆଉ ପିଲାଙ୍କର ଗହଳିଟି ଲମ୍ବିଯାଏ  ସ୍କୁଲ ଆଡ଼କୁ 

ରାସ୍ତାଘାଟ ବି ହୋଇ ଯାଆନ୍ତି ମୁଗଧ୍ 

ଆନନ୍ଦିତ ହୋଇ ଧୂଳି ଉଡ଼େଇ ଦିଅନ୍ତି 

ଅନେକ ଅନେକ ଶୁଭକାମନା ।।


ଗାଈଆଳ ବୁଢ଼ା ର ଗାଈ, ଛେଳି ସବୁ

ରାସ୍ତା କଡ଼ରେ ଜାକି ଜୁକି ହୋଇ 

କିଛି ସମୟ ଛିଡ଼ା ହୋଇ ଯାଆନ୍ତି 

ଦଳ ଦଳ ହୋଇ 

ବାଟ ଛାଡ଼ି ଦିଅନ୍ତି 

ଲାଞ୍ଜ ହଲେଇ ଟା-ଟା,ବାୟ-ବାୟ

କରି ମନୋରଞ୍ଜନ କରନ୍ତି 

ପିଲାମାନଙ୍କ ଶିକ୍ଷାର ଉନ୍ନତି ସକାଶେ ।।

ଆଉ ସେ ଅମାନିଆ ପିଲା ଗୁଡ଼ାକ

ଡିଆଁ ମାରି ମାରି ସ୍କୁଲ ପରିସରରେ ବୁଲନ୍ତି 

କେବେ ଖେଳ ପଡ଼ିଆରେ 

ବାଗୁଡ଼ି ଖେଳରେ ମାତି ଯାଆନ୍ତି ଜିତିବାର ନିଶାରେ 

ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ।।


ପିଲାମାନେ ପବିତ୍ରତାର ଛିଟାରେ 

ଓଦା ହୋଇ ଯାଆନ୍ତି ଶିକ୍ଷା କ୍ଷେତ୍ରରେ 

ଭଲ ମଣିଷ ଟିଏ ହେବାପାଇଁ 

ଗୁରୁ ଶିଷ୍ୟ ର ଏଇ ପରିବେଶରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics