ଟଙ୍କା ଗଛ
ଟଙ୍କା ଗଛ
ଲଙ୍କା ଗଛ ନୁହେଁ ଟଙ୍କା ଗଛ ଅଟେ ଇଏ
ଜାଣି ନ କି କେହି ଟଙ୍କା ଫଳଇ ଗଛ ରେ ॥
ଚାରା ରୋପି ପାଣି ଢାଳିଲେ ତାହା ମୂଳରେ
ଆତ ଫଳ ଫଳି ରୁପିୟା ତହିଁ ରୁ ମିଳେ ॥
ଟଙ୍କଧର ନାମେ ଥିଲା କାହିଁ ଲୋକ ଜଣେ
ଟଙ୍କା ଗଛ ର ସେହି ଆବିଷ୍କାରକ ପଣେ ॥
ଢେଙ୍କିକୁଟ ଗ୍ରାମେ ଥିଲା ବସତି ତାହାର
ଚେଙ୍ଗା ବାବାଙ୍କର ଚେଲା ସେହି ଟଙ୍କଧର ॥
ଫଳାଇଲା ବହୁ ଟଙ୍କା ଓ ପଇସା ଜାଣ
କଳ ବିନା ହୋଇବାରୁ କଳା ଟଙ୍କା ନାମ ॥
ନକଲ ହେବାରୁ ତାହା ନକଲି ରୁପିୟା
ଏହି ପରି ନାନା ନାମ ଗଲା ତାକୁ ଦିଆ ॥
ଅଳପ ଦିନରେ ସେହି ଟଙ୍କା ଗଛ ରେ ଯେ
ଅସଂଖ୍ଯ ଟଙ୍କା ଫଳ ମାନ ଫଳିଲା ସହଜେ ॥
ମନିପ୍ଲାଣ୍ଟ୍ ବୋଲି ଏହି ମଡର୍ଣ୍ଣ ଯୁଗରେ
ଲୋକ ବାକ ମାନେ ମନି ଫଳାନ୍ତି ଗଛରେ ॥
ଟଙ୍କା ଗଛ ଶାଗ ମାଛ ଦରେ କାରବାର
ହୋଇ ବଢି ଗଲା ବେଗେ ଭାଉ ଯେ ତାହାର ॥
ସବୁ ଠାରେ ଲାଭ କଲା ଜନତା ଆଦର
ପୋଲିସି ବୋଇଲା ତାହା ପକଡ ବା ଧର ॥
ପୁଲିସି ପାକିଟି ଆସି ପୁଣି ହେଲା ଚୁରା
ଖାସି, ମଦ , ଖାଇ ସାରି ନାହିଁ ତ' ଖୁଚୁରା ॥

