STORYMIRROR

padmaja pati

Fantasy

3  

padmaja pati

Fantasy

ମୁହୂର୍ତ୍ତମାନେ

ମୁହୂର୍ତ୍ତମାନେ

1 min
139


ସର୍ବୋଚ୍ଚ ଶିଖରେ ପହଞ୍ଚିବା ବେଳେ

ଆସେ ଯଦି ଶୁଭ ବେଳା 

ଉଚ୍ଚତର ଜ୍ଞାନ,ବିପୁଳ ଆନନ୍ଦ

ତା' ସାଥିରେ କରେ ଲୀଳା ।

ଦେଇଛି ଜ୍ୱଳନ୍ତ ପକ୍ଷ ସେ ସମୟ

ଯିଏ ସବୁ ସୁଖ ଦାତା 

ଆଣିଛି ପ୍ରକୃତି ଆତ୍ମା ସମୂହଙ୍କୁ

ଘେରେ ତାଙ୍କୁ ଅଜ୍ଞାନତା ।

ବିଷାଦ କାଳିମା ଘେରା ଚଉଦିଗ

ଭଙ୍ଗୁର, ନଶ୍ୱର ଦେହ

ଆତ୍ମାଟି ତହିଁରେ ନ ହୁଅଇ ବଶ

ଯୋଡ଼ା ଅଖଣ୍ଡଙ୍କ ସହ।

କ୍ଷଣକ ପାଇଁ ସେ ବୋଲାଏ ନିଜକୁ

ତେଜ ଶକ୍ତି ଦଣ୍ଡଧାରୀ 

ଉର୍ଦ୍ଧ୍ବ ଆରୋହଣ ହୋଇଲେ ସମ୍ଭବ

ସ୍ଥାୟିତ୍ଵର ଅଧିକାରୀ।

ସକଳ ବସ୍ତୁରେ ପ୍ରଶାନ୍ତି, ସ୍ଥିରତା

ଯାହା ଈଶ୍ୱରଙ୍କ ଦାନ

ଅନୁଭବ କରେ ଆତ୍ମାରେ ମୋର 

ପରିବେଶ ପରିପୂର୍ଣ୍ଣ।

ଅଂଶ ସକଳ ହୋଇ ଏକୀଭୂତ

ସବୁ କାଳାତୀତଙ୍କ ମଧ୍ୟରେ 

ମୁହୂର୍ତ୍ତମାନଙ୍କ ଲାଗେ ନିତ୍ୟ ମେଳା

 ଏକ ଶାଶ୍ଵତ ବର୍ଷରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy