STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ଅଲଗା ଖୁସି

ଅଲଗା ଖୁସି

1 min
170


ଅଲଗା ସ୍ୱପ୍ନଟିଏ ଦେଖିବାର ମନେ ଅସୀମ ଆଶା

ଅଲଗା ମହଲଟିଏ ତୋଳିବାର ଅଛି ଦୁର୍ବାର ଇଛା

ଅଲଗା ଭାବରେ ଛନ୍ଦି ହେବାର କରେ କୃପା ଭିକ୍ଷା

ଅଲଗା ଠାକୁର ହେ ପୂର୍ଣ କର ମୋ ମନୋବାଞ୍ଛା।।

ଅଲଗା ହେବାର କୁତ୍ସିତ ଇଛା କେବେ ମୋର ନାହିଁ

ଅଲଗା ଗଢିବାର ସୁନ୍ଦର ଇଛାରେ ଏଠି ମୁଁ ବଞ୍ଚିଛି

ଅଲଗା ରଚିବାର ସାହସ ଅବା କେବେ କରି ନାହିଁ

ଅଲଗା ସୁବିଚାର ମଧ୍ଯେ ମୁଁ ମୋତେ ନିତି ଖୋଜୁଛି।।

ଅଲଗା ମହଲ ତାଙ୍କର ଯାହା ସ୍ବପ୍ନ ରୁ ବହୁତ ଦୂର

ଅଲଗା ରୂପରେ ଲହରୀ ମାଳ ନତମସ୍ତକ ଯାହାର

ଅଲଗା ତାଙ୍କ ଦିଆ ନିଆ ଭାବ କୈବଲ୍ୟ ବଜାରର

ଅଲଗା କୂଅର ଜଳ ସିନ୍ଧୁ କୂଳେ ଥାଇ ମିଠା ନିର୍ଝର।।

ଅଲଗା ଆଦ୍ଯରୁ ଜଗନ୍ନାଥ ପ୍ରଦେଶ ନାମ ଯାହାର

ଅଲଗା ବଡଦାଣ୍ଡର ଆମେ ନହ୍ନେମୁହ୍ନେ କଳାକାର

ଅଲଗା ସବୁଠୁ ବଡ ନେତ ଶୋଭା ବଡ ମନ୍ଦିରର

ଅଲଗା ବାଇଶି ପାହାଚ ଛୁଇଁଲେ ପାପ ହୁଏ ଦୂର।।

ଅଲଗା ଦାରୁବ୍ରହ୍ମ ସେ ପାଦ ପାଣୀ ନାହିଁ ଯାହାଙ୍କର

ଅଲଗା ସ୍ନେହ ବନ୍ଧନ ଭାଇ ସଙ୍ଗେ ସୁଭଦ୍ରା ଭଉଣୀର

ଅଲଗା ଢଙ୍ଗରେ ଦର୍ଶନ ଦିଅନ୍ତି ଭକତ ରଙ୍କା ଠାକୁର

ଅଲଗା ଠାଣିର ଦେଖନ୍ତି ତାଙ୍କର ଏ ବିଶାଳ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance