STORYMIRROR

Akshayakumar Dash

Fantasy Inspirational Children

3  

Akshayakumar Dash

Fantasy Inspirational Children

ଯାଦୁ

ଯାଦୁ

1 min
169

ସୁନ୍ଦର ଦୁନିଆଁ ଗଢିଛି କିଏ

ଫୁଲର ସୁବାସ ଭରିଛି କିଏ

ଫଳର ସ୍ୱାଦୁକୁ ଦେଇଛି କିଏ

ପଚାସଢା ଗନ୍ଧ ନେଉଛି କିଏ

ଆକାଶରେ ତାରା ଫୁଟାଏ କିଏ

ପୂର୍ଣ୍ଣମୀର ଜହ୍ନ ଲୁଟାଏ କିଏ

ମାଟିର ଉର୍ବର ଆଣିଛି କିଏ

ଦିନ ରାତି ଋତୁ ଜାଣିଛି କିଏ 

ପାଣିକୁ ଶୀତଳ କରିଛି କିଏ 

ପୃଥିବୀକୁ ଟେକି ଧରିଛି କିଏ

ପଇଡରେ ଜଳ ଭରିଛି କିଏ

କୋଇଲିର କଣ୍ଠ ଦେଇଛି କିଏ

ନଈ ନାଳ ଜଳ ନେଉଛି କିଏ

ସାଗର ଗଭୀର କରିଛି କିଏ

ହିମାଳୟ ଦମ୍ଭ ଧରିଛି କିଏ

ପବନ ଜୀବନ ଦେଉଛି କିଏ

ଆକାଶ ଚାନ୍ଦୁଆ ରଖିଛି କିଏ

ସବୁଥିରେ ତାର ରହିଛି ହାତ

ବଡ଼ ଯାଦୁକର ଲୁଚିଛି ଗାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Fantasy