ଚାତକି
ଚାତକି
ଚାନ୍ଦ ପାଇଁ ନୀଳ କଇଁ
ଝୁରି ମରୁଥିଲା ଯେପରି
ତୁମ ପାଇଁ ପରା ସାଥୀ
ବସିଛି ମୁଁ ମନମାରି l
ଦେଇଥିଲ କଥା ଏଇ ଶ୍ରାବଣରେ
ଆସିବ ଫେରି ଫଗୁଣେ
ଚାତକି ପରାଏ ରହିଛି ଚାହିଁ
ପ୍ରତିଧ୍ୱନି କୋକିଳସ୍ୱର କର୍ଣ୍ଣେ l
ଫେରି ଚାହିଁଲାନି ଏଡ଼େ ଅଭିମାନ
ମଣିଲା ତୁଚ୍ଛ ପ୍ରେମକୁ
ଯାହାପାଇଁ ଦିନେ ଦେଖିଥିଲା ସ୍ବପ୍ନ
ଗଗନୁ ତାରା ତୋଳିବାକୁ l
ପ୍ରେମ ଆକାଶ ପଡ଼ିଅଛି ଶୂନ୍ୟ
ପ୍ରିତିର ବରଷା କାହିଁ
ଚାତକି ପରାୟେ ନୃତ୍ୟ ରତା
ବିନ୍ଦୁଏ ପରସ ପାଇଁ l
କେଉଁ ମାୟାବିନୀ ବାନ୍ଧିଲା ତୁମକୁ
ଛନ୍ଦିହେଲ ତାର ପ୍ରେମେ
ପଡିଲାନି ମନେ ଗଢ଼ିଥିଲେ ଦୁହେଁ
ସ୍ବପ୍ନର ସୌଧ ଆମେ l
