ପିଲା ମାନେ
ପିଲା ମାନେ
ମନଟି ତୁମ ନିର୍ମଳ ଜଳ
ଛନ୍ଦ କପଟ ନାହିଁ
ଆକାଶ ଦେହେ ପକ୍ଷୀଟି ପରି
ଉଡ଼ଇ କାହିଁ କାହିଁ।
କିଏବା ତୁମ ନୁହଁନ୍ତି ପର
ନିଜର କରି ଦ୍ଦେବ
ବନ ପାହାଡ ଝରଣା କୂଳ
ଆନନ୍ଦେ ବୁଲୁଥବ।
କାହାକୁ ଦେଖି ଦେଉଛ ଲେଖି
କବିତା ହେଲେ ମନ
ବଡ ହେବାକୁ ଧାଏନି ମନ
ତୁମେ ଅମାପ ଧନ।
ସାହସ ବଡ ଫୁଲର କଢ଼
ନିଆଁକୁ ଧରେ ହାତ
ଆଶାର ଜ୍ୟୋତି ଝଲସି ମୋତି
ସୁରୁଜ ପରଭାତ ।
