STORYMIRROR

Puja Pradhan

Fantasy Inspirational

3  

Puja Pradhan

Fantasy Inspirational

ଭାବର ଠାକୁର

ଭାବର ଠାକୁର

1 min
152

ଭାବର ଠାକୁର ଭାବରେ ବନ୍ଧାତୁ

  ଆହେ ନୀଳଗିରୀ ଗୋସାଇଁ

ତୋ ଭାବରେ ପଡି ତୋତେ ଜେ ଭଜିଛି

  ଜାଣୁ ତାକୁ ଏକା ତୁହି

 କେତେ ଆଦରରେ ଦାସିଆ ବାଉରୀ

  ନଡ଼ିଆ ଦେଲାରେ ତୋତେ

 ଭକତ ମନକୁ ବୁଝିଲୁ ବୋଲି ରେ

   ନଡ଼ିଆ ନେଲୁ ତୋ ହାତେ

 ଆହେ ଭାବଗ୍ରାହୀ ହିନି କପାଳି ମୁଁ

   ମୋପାଖରେ କିଛି ନାହିଁ

 ଅତି ଯତନରେ ତୁଳସୀ ମାଳ ମୁଁ

   ଗୁନ୍ଥିଛି ରେ ତୋ ପାଇଁ

 ପାଟପିତାମ୍ବରୀ ପିନ୍ଧାଇ ରେ ତୋତେ

   ମୟୂର ଚନ୍ଦ୍ରିକା ଦେଇ

 କେତେ ରୀତିନୀତି ଭେଷ ପଟୁଆର

   ହେଉଥାଏ ତୋ ପାଇଁ

 ନାନା ଭେଷ ତୋର କିଏବା କହିବ

   ଜାଣିଥାଉ ଜଗା ତୁହି

  ସବୁ ଜାଣିଶୁଣି ମଉନେ ରହିବୁ

   ମାଉନିଆଁ ଦିଅଁ ତୁହି

  ବଡ଼ଖିଆ ବୋଲି କହୁଥାନ୍ତି ତୋତେ

   ସରଧାରେ ଭକ୍ତ ତୋର

 ଷାଠିଏ ପଉଟି ତୋପାଇଁ ଖଞ୍ଜା

   ଜାଣିଛି ଏହିସଂସାର

 ଯେତେଖାଉଥାଅ ଯେତେବୋହୁଥାଅ

   ମନତପୁରି ହୁଏନି

 ଯେତେ ଦେଖିଲେ ବି କହିବୁକି ଜଗା

    ତୋ ଦର୍ଶନ କୁ ଭୁଲିପାରୁନି

 ଭକତ ଭିଡରେ ଯେବେ ତୋତେ ମୁଁ ଦେଖଇ

    ହସୁଥାଉ ମୋତେ ଚାହିଁ

 ତୋଭାବରେ ହଜି ବାରି ତୁଳସୀରେ

   ମାଳଟିଏ ମୁଁ ଧରିଛିରେ ତୋପାଇଁ

  ଭାବର ଠାକୁର ତୋଭାବରେ ଗୁନ୍ଥା

   ତୁଳସୀର ମାଳ ନେବୁ କି ମୋ ହାତରୁ ତୁହି 🙏🏻

   

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy