STORYMIRROR

Sunanda Mohanty

Abstract Fantasy Others

3  

Sunanda Mohanty

Abstract Fantasy Others

ଯେ କୌଣସି ଋତୁ

ଯେ କୌଣସି ଋତୁ

1 min
146


ଭଲଲାଗେ ଭାରି ସବୁ ଋତୁ

ଛଅ ଋତୁ ସଙ୍ଗେ ସାତ ଋତୁ

କେବେ ପ୍ରେମ କେବେ ରଙ୍ଗ

କେବେ ସଂହତି କେବେ ସଙ୍ଗ

 ଋତୁ ସବୁ ଆସି ହୁଅନ୍ତି ସାଙ୍ଗ

ଭିନ୍ନ ଭିନ୍ନ ଭିତରେ ଭିନ୍ନତା ରଙ୍ଗ

ସାତସୁରେ ସଳଖି ଜୀବନ ମଙ୍ଗ

ଭସା ବାଦଲରେ କିସମ ବିହଙ୍ଗ

ପ୍ରକୃତିରେ ଆସେ ମହୁଆ ରଙ୍ଗ

ମାଟି ମାଆ ଡାକେ ହେବାକୁ ସାଙ୍ଗ

ସାଗର ମାଳାରେ ପ୍ରକାଶ ନୀଳ ତରଙ୍ଗ

ଋତୁ ଅନୁଯାୟୀ ନାଚେ ଅଙ୍ଗ ପ୍ରତ୍ୟଙ୍ଗ

ସବୁ ଋତୁ ଦିଏ ଅନୁଭୁତି ନୁହେଁ ବିଭଙ୍ଗ

ଅସୁମାରି ସ୍ଵପ୍ନ ଜଳ ତରଙ୍ଗ

ଇନ୍ଦ୍ରଧନୁର ବାଘନିଶହନାଲା ସାତରଙ୍ଗ

ହୋଲି କରେ ମତୁଆଲା ଜୀବନ ରଙ୍ଗ

ପ୍ରଜାପତି ବୁଲି ଦେଖାଏ କେତେ ଯେ ଢଙ୍ଗ

ଜୀବନ ଯୁଦ୍ଧର ବ୍ୟସ୍ତ ଡାହୁକ

ନାବରେ ନାଉରୀ ଭାବ ଵାହାକ

କସ୍ତୁରୀ ଚନ୍ଦନ ତୁଳସୀ ମହକ

ମିଶାଇ ଫେଡି ହରି ଗୁଣି ଆଞ୍ଜୁଳେ ରଙ୍ଗ

ଉଡ଼ିଯିବା ସତେ ନୀଳ ଆକାଶ ବିହଙ୍ଗ

ପାପ ପୁଣ୍ୟ ଭିତରେ ନିକିତିର ସୁଆଙ୍ଗ

ସର୍ବେ ଏକାକାର ଋତୁରେ ବିଭୋର ଜୁଆଙ୍ଗ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract