STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜହ୍ନର ଜହ୍ନି ଓଷା 

ଜହ୍ନର ଜହ୍ନି ଓଷା 

1 min
3


ଚାନ୍ଦକୁ ଧରିବା ପାଇଁ ଝିଅ ଚାନ୍ଦମୁହିଁ 
ନୀଳକଇଁ ଗାଡିଆରେ ପଶିଲା 
ଜହ୍ନକୁ ଧରିବ ବୋଉ ହାତେ ଦେବ 
ଭାବି ପାଦ ବଢ଼େଇଦେଲା 
ଦୁରକୁ ଦୁରକୁ ଜହ୍ନ ଯାଏ ଲୁଚି 
ଆଣ୍ଠୁଏ ପାଣିରେ ଝିଅ ପଶିଲା 
ତଥାପି ଜହ୍ନ ଘୁଞ୍ଚିଯାଉଥିଲା 
ମନମାରି ଝିଅ ଆଗକୁ ବଢିଲା 
ବେକେ ପାଣିରେ ପଶି ଜହ୍ନ ଦେହେ ଲେସି 
ତଥାପି ଜହ୍ନ ଧରା ନଦେଲା 
କଇଁ ଗାଡିଆ ହୁଡାରେ ବୋଉ ଡାକ ଶୁଣି 
ପିଲା ବୁଢା ଭେଣ୍ଡିଆ ଜମିଲା 
କିଏସେ ଆଣିବ କୁନିଝିଅକୁ ରକ୍ଷାକରି 
ବୋଉ ନେହୁରା ହେଉଥିଲା 
ବାପା ଯେ ତାହାର ବିଦେଶରେ ଥିଲା 
ନହେବା କଥା ହୋଇଲା 
ଶେଷକୁ ମାଆଟି ପାଣିରେ ପଶିଲା 
ମାଆ ଝିଅ ଦୁହେଁ ଜହ୍ନ ଧରିବାକୁ ଯାଇ 
ଶବ ହେଲେ ବାପା ଖବର ପାଇଲା 
ଏବେ ଗାଁ ଝିଅ ଜହ୍ନ ଦେଇ ମନ 
ସାନିଆଙ୍କୁ ଦ୍ୱିତୀୟ ହୋଇଲା 
କୁମାର ପୂର୍ଣ୍ଣମୀ ଆଞ୍ଜୁଳି ସଜାଡି 
ଟିକି ଝିଅ ହାତେ ନଡିଆ କଦଳୀ ଲିଆ 
କାକୁଡି ଜହ୍ନି ଜହ୍ନ ପାଖେ ତୁଳସୀ ମୂଳେ 
ଥୋଇ ଝିଅକୁ କହିଲା 
ଦିଦି ଜହ୍ନ ଖୋଜି ଗଲା ଦୁନିଆଁରୁ ହଜି 
ତୁ ଜହ୍ନ ପରି ବର ମାଗି ହେବୁ ହେଜି 
ଜହ୍ନକୁ ଧରିବୁ ଭାବିବୁନି ବୋଲି କହିଲା 
ଜହ୍ନ ଗାଁ ଝିଅ ଜହ୍ନି ଓଷା ପୂଜା କରି
କୁମାର ପୁନେଇଁ ଫେରେଇ ଆଣିଲା 
ଅତୀତ ହେଲାଣି ଇତିହାସ କହି 
ବାପା ସାନିଆଁ ଆଖିରୁ ଦିଧାର ବୋହିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract