ବିରହ ନିଆଁ
ବିରହ ନିଆଁ
ସ୍ମୃତି କୁ ସାଉଁଟି ଭାବୁଥାଏ ବସି
ପ୍ରିୟ ପ୍ରିୟତମା କଥା
ସେ ଯଦି ପାଖରେ ରହିଥାନ୍ତା ଏବେ
ମୋ ସାଥେ କରନ୍ତା ଥଟ୍ଟା।
ପ୍ରିୟା ସିନା ନାହିଁ ଅଛି ତା'ର ସ୍ମୃତି
ଜାଳେ ମତେ ରାତି ଦିନ
ସେଥିପାଇଁ ପରା ଫେସ୍ ବୁକ୍ ଖୋଲି
ବସିଥାଏ ସବୁ ଦିନ।
ତୁମରି ବାଟକୁ ଚାହୁଁ ଚାହୁଁ ପ୍ରିୟା
ଦିନ ଯାଇଥାଏ ବିତି
ବିରହ ନିଆଁ ରେ ଜଳି ଜଳି ପରା
ହଜି ଯାଏ ଦିନ ରାତି।
ମୁଁ ସିନା ଜଳୁଛି ବିରହ ନିଆଁ ରେ
ସାଉଁଟା ସ୍ମୁତି କୁ ନେଇ
ତୁମେ କି ବୁଝିବ ହୃଦୟ ବେଦନା
ଝୁରୁ ଥାଏ ତୁମ ପାଇଁ।
ତୁମ ବିନା ପ୍ରିୟା ହୃଦୟ ବୁଝେନା
ମନ ମୋ ମାନେନା ଜମା
ତୁମରି ପାଖରେ ଆରମ୍ଭ ହୋଇଛି
ଶେଷ ହେବନାହିଁ ଜମା।
ମଶାଣି ଜୁଇ ରେ ମିଶିବା ଯାଏଁ ମୁଁ
ତୁମକୁ ହିଁ ଝୁରୁଥିବି
ତୁମେ ଯଦି ମୋତେ ନ ଭାବିବ ପ୍ରିୟା
ତୁମକୁ ମୁଁ ଭାବୁ ଥିବି।
