STORYMIRROR

Manoja kumar Pattnayak

Action Classics Fantasy

3  

Manoja kumar Pattnayak

Action Classics Fantasy

ବିରହ ନିଆଁ

ବିରହ ନିଆଁ

1 min
173

ସ୍ମୃତି କୁ ସାଉଁଟି ଭାବୁଥାଏ ବସି

              ପ୍ରିୟ ପ୍ରିୟତମା କଥା

ସେ ଯଦି ପାଖରେ ରହିଥାନ୍ତା ଏବେ

              ମୋ ସାଥେ କରନ୍ତା ଥଟ୍ଟା।

ପ୍ରିୟା ସିନା ନାହିଁ ଅଛି ତା'ର ସ୍ମୃତି

              ଜାଳେ ମତେ ରାତି ଦିନ

ସେଥିପାଇଁ ପରା ଫେସ୍ ବୁକ୍ ଖୋଲି

                  ବସିଥାଏ ସବୁ ଦିନ।


ତୁମରି ବାଟକୁ ଚାହୁଁ ଚାହୁଁ ପ୍ରିୟା

               ଦିନ ଯାଇଥାଏ ବିତି               

ବିରହ ନିଆଁ ରେ ଜଳି ଜଳି ପରା

                 ହଜି ଯାଏ ଦିନ ରାତି।


ମୁଁ ସିନା ଜଳୁଛି ବିରହ ନିଆଁ ରେ

                ସାଉଁଟା ସ୍ମୁତି କୁ ନେଇ

ତୁମେ କି ବୁଝିବ ହୃଦୟ ବେଦନା

                 ଝୁରୁ ଥାଏ ତୁମ ପାଇଁ।


ତୁମ ବିନା ପ୍ରିୟା ହୃଦୟ ବୁଝେନା

                ମନ ମୋ ମାନେନା ଜମା

ତୁମରି ପାଖରେ ଆରମ୍ଭ ହୋଇଛି

                ଶେଷ ହେବନାହିଁ ଜମା।


ମଶାଣି ଜୁଇ ରେ ମିଶିବା ଯାଏଁ ମୁଁ

                 ତୁମକୁ ହିଁ ଝୁରୁଥିବି

ତୁମେ ଯଦି ମୋତେ ନ ଭାବିବ ପ୍ରିୟା

                  ତୁମକୁ ମୁଁ ଭାବୁ ଥିବି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action